ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନା କରିଛନ୍ତି। ଏଥିରେ କୃଷି କ୍ଷେତ୍ର ପାଇଁ ଅନେକ ଗୁରୁତ୍ଵପୂର୍ଣ୍ଣ ଘୋଷଣା କରାଯାଇଛି। କୃଷି ଓ କୃଷକଙ୍କ ବିକାଶ ପାଇଁ ୧.୫୨ ଲକ୍ଷ କୋଟିର ବଜେଟ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ।
ଜୈବିକ କୃଷିର ଆଜିର ଆବଶ୍ୟକତା। ତେଣୁ ସରକାର ଅର୍ଗାନିକ ଫାର୍ମିଂ ବା ଜୈବିକ କୃଷି ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି। ତେଣୁ ଆଗାମୀ ୨ ବର୍ଷରେ ୧ କୋଟି ଚାଷୀଙ୍କୁ ଜୈବିକ କୃଷି ଲାଗି ସରକାର ସହାୟତା ଯୋଗାଇ ଦେବେ ବୋଲି ଅର୍ଥ ମନ୍ତ୍ରୀ କହିଛନ୍ତି।
ସେହିପରି ୩୨ଟି ଫସଲର ୧୦୯ ଉନ୍ନତ ଅମଳକ୍ଷମ ବିହନ ଚାଷୀଙ୍କୁ ମିଳିବ। ଚାଷୀଙ୍କ ଉତ୍ପାଦର ଷ୍ଟୋରେଜ୍ ଓ ମାର୍କେଟିଂ ପାଇଁ ବିଶେଷ ବ୍ୟବସ୍ଥା କରାଯିବ। ଚାଷୀଙ୍କ ପାଇଁ ୧୦ ହଜାର ବାୟୋ ରିସର୍ଚ୍ଚ କେନ୍ଦ୍ର ପ୍ରତିଷ୍ଠା ହେବ। ଏଥିସହ ୫ଟି ରାଜ୍ୟରେ ପ୍ରଧାନମନ୍ତ୍ରୀ କିଷାନ କ୍ରିଡେଟ୍ କାର୍ଡ ଜାରି ହେବ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।
ଏହାଛଡ଼ା ୪୦୦ଟି ଜିଲ୍ଲାରେ ଫସଲର ଡିଜିଟାଲ ସର୍ଭେ କରାଯିବ। ଚିଙ୍ଗୁଡ଼ି ଚାଷ ଓ ମାର୍କେଟିଂକୁ ପ୍ରୋତ୍ସାହନ ମିଳିବ । ଜଳବାୟୁ ଅନୁକୂଳ କୃଷିର ବିକାଶ ପାଇଁ କାର୍ଯ୍ୟ କରୁଥିବା ବେସରକାରୀ କ୍ଷେତ୍ର, ବିଶେଷଜ୍ଞ ଏବଂ ଅନ୍ୟମାନଙ୍କୁ ପ୍ରୋତ୍ସାହିତ କରାଯିବ। ଏହସହିତ ପନିପରିବା ଉତ୍ପାଦନ ଏବଂ ଯୋଗାଣ ଶୃଙ୍ଖଳା ପାଇଁ ଅଧିକ ଏଫ୍ପିଓ ଗଠନ କରାଯିବ ବୋଲି ବଜେଟରେ ଘୋଷଣା କରାଯାଇଛି।
#Budget #Budget2024 #UnionBudget2024 #BudgetForViksitBharat #NirmalaSitharaman #ବଜେଟ୍ #କେନ୍ଦ୍ରବଜେଟ୍ #ନିର୍ମଳାସୀତରମଣ