ଓଡ଼ିଶାଲାଇଭ୍ ବ୍ୟୁରୋ
୫୦୦ ଟପ୍ କମ୍ପାନୀରେ ଆଗାମୀ ୫ ବର୍ଷରେ ୧ କୋଟି ଯୁବକ ଓ ଯୁବତୀଙ୍କୁ ଇଣ୍ଟଣ୍ଣସିପ୍ ଦିଆଯିବ। ଏହି ଇଣ୍ଟର୍ଣ୍ଣସିପ୍ ଭିତରେ ସେମାନଙ୍କୁ ମାସିକ ୫ ହଜାର ଟଙ୍କା ପ୍ରଦାନ କରାଯିବ। ଏଥିପାଇଁ କେନ୍ଦ୍ର ସରକାର ନୂଆ ଯୋଜନା ଆଣିବେ। ବଜେଟ ଉପସ୍ଥାପନ ବେଳେ ଦେଶର ଯୁବବର୍ଗଙ୍କ ପାଇଁ ଏହି ବଡ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
ଏହି ଇଣ୍ଟର୍ଣ୍ଣସିପ୍ ଯୋଜନାରେ ପ୍ରତି ମାସରେ ୫,୦୦୦ ଟଙ୍କା ଇଣ୍ଟର୍ନସିପ୍ ଭତ୍ତା ଏବଂ ୬,୦୦୦ ଟଙ୍କାର ଏକକାଳୀନ ସହାୟତା ପ୍ରଦାନ କରାଯିବ। ଏହାଛଡ଼ା କମ୍ପାନୀଗୁଡିକ ଇଣ୍ଟର୍ନମାନଙ୍କ ତାଲିମ ଖର୍ଚ୍ଚ ବହନ କରିବେ। ଏଥିପାଇଁ କମ୍ପାନୀଗୁଡ଼ିକ ସିଏସ୍ଆର ପାଣ୍ଠି ବ୍ୟବହାର କରିବେ। କମ୍ପାନଗୁଡ଼ିକ ଏହି ଇଣ୍ଟର୍ଣ୍ଣମାନଙ୍କୁ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ଘୋଷଣା କରିଛନ୍ତି ନିର୍ମଳା ସୀତାରମଣ।
କେନ୍ଦ୍ର ସରକାରଙ୍କ ଇଣ୍ଟର୍ଣ୍ଣସିପ୍ ଯୋଜନା ଯୁବବର୍ଗଙ୍କୁ ଏକ ନୂଆ ଅନୁଭୂତି ଦେବ। ସେମାନେ ଦକ୍ଷ ହୋଇବାହାରିବେ। ଫଳରେ ସେମାନଙ୍କ କ୍ୟାରିୟର ଏକ ନୂଆ ଉଚ୍ଚତାକୁ ଯାଇପାରିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।
ଦେଶରେ ନିଯୁକ୍ତି ଓ ଦକ୍ଷତା ବୃଦ୍ଧି ପାଇଁ ବଜେଟରେ ୫ଟି ସ୍କିମ ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ମୋଟ ୨ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଚଳିତ ବର୍ଷ ଶିକ୍ଷା, ନିଯୁକ୍ତି ଓ କୌଶଳ ବିକାଶ ପାଇଁ ମୋଟ ୧.୪୮ ଲକ୍ଷ କୋଟି ଟଙ୍କା ଘୋଷଣା କରାଯାଇଛି।
#Budget #Budget2024 #UnionBudget2024 #BudgetForViksitBharat #NirmalaSitharaman #ବଜେଟ୍ #କେନ୍ଦ୍ରବଜେଟ୍ #ନିର୍ମଳାସୀତରମଣ