ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ୟାରିସ ଅଲିମ୍ପିକର ପ୍ରଥମ ଦିନରେ ପଦକ ହାତଛଡ଼ା କରିଛି ଭାରତ। ସୁଟିଂର ୧୦ ମିଟର ଏୟାର ରାଇଫଲ ମିକ୍ସଡ ଟିମ୍ ଇଭେଣ୍ଟରେ ଥିବା ଭାରତର ୨ଟି ଯାକ ଦଳ ପଛୁଆ ରହି ଯାଇଛନ୍ତି। ଏହି ଇଭେଣ୍ଟରେ ଚୀନ ବାଜି ମାରି ନେଇଛି।

୧୦ ମିଟର ଏୟାର ରାଇଫଲ ମିକ୍ସଡ ଟିମ୍ ଇଭେଣ୍ଟର ଯୋଗ୍ୟତା ପର୍ଯ୍ୟାୟରେ ଭାରତର ରମିତା ଜିନ୍ଦଲ ଓ ଅର୍ଜୁନ ବବୁତାଙ୍କ ଯୋଡ଼ି ଷଷ୍ଠ ସ୍ଥାନ ଏବଂ ଏଲାବେନିଲ ଭାଲାରେଭିନ ଓ ସନ୍ଦୀପ ସିଂହଙ୍କ ଯୋଡ଼ି ଦ୍ୱାଦଶ ସ୍ଥାନରେ ରହିଥିଲେ। ଫଳରେ ସେମାନେ ଆଉ ଫାଇନାଲ ଏବଂ ବ୍ରୋଞ୍ଜ ମେଡାଲ ମ୍ୟାଚକୁ ଯୋଗ୍ୟତା ହାସଲ କରି ପରିନଥିଲେ।

ଏହି ଇଭେଣ୍ଟରେ ରମିତା ଓ ଅର୍ଜୁନଙ୍କ ଯୋଡ଼ି ୬୨୮.୭ ପଏଣ୍ଟ ହାସଲ କରିଥିବାବେଳେ ମାତ୍ର ୧ ପଏଣ୍ଟ ପାଇଁ ସେମାନେ ମେଡାଲ ପର୍ଯ୍ୟାୟରୁ ବର୍ତ୍ତି ଯାଇଥିଲେ। ଅନ୍ୟପଟେ ଏଲାବେନିଲ ଓ ସନ୍ଦୀପଙ୍କ ଯୋଡ଼ି ୬୨୬.୩ ପଏଣ୍ଟ ସ୍କୋର କରି ବହୁତ ପଛରେ ରହି ଯାଇଥିଲେ।

ଅନ୍ୟପଟେ ୧୦ ମିଟର ଏୟାର ପିସ୍ତଲ ବ୍ୟକ୍ତିଗତ ଇଭେଣ୍ଟରେ ମଧ୍ୟ ଭାରତର ସରବଜିତ ସିଂହ ଓ ଅର୍ଜୁନ ସିଂହ ଚିମା ମଧ୍ୟ ଫାଇନାଲକୁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଛନ୍ତି।

ଏହି ୧୦ ମିଟର ଏୟାର ରାଇଫଲ ମିକ୍ସଡ ଟିମ ଇଭେଣ୍ଟରେ ଚୀନ ସ୍ଵର୍ଣ୍ଣ ପଦକ ଜିତି ପ୍ୟାରିସ ଅଲିମ୍ପିକରେ ନିଜ ଖାତା ଖୋଲିଛି। ସେହିପରି ଦକ୍ଷିଣ କୋରିଆ ରୋପ୍ୟ ଏବଂ କାଜାକସ୍ତାନ ବ୍ରୋଞ୍ଜ ମେଡାଲ ହାସଲ କରିଥିଲା।     

Tags: #ParisOlympics #Shooting #Medal #TeamIndia #Sports

LEAVE A REPLY

Please enter your comment!
Please enter your name here