ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଚଳିତବର୍ଷ ରାଉରକେଲାରେ ଆୟୋଜିତ ୩୦ତମ ରାଜ୍ୟସ୍ତରୀୟ ଉଶୁ କ୍ରୀଡ଼ା ପ୍ରତିଯୋଗିତାରେ ମୟୂରଭଞ୍ଜ ଜିଲ୍ଲାକୁ ମିଳିଛି ବଡ଼ ସଫଳତା। ଏହି ପ୍ରତିଯୋଗିତାରେ ମୟୂରଭଞ୍ଜର ସିନିୟର ଦଳ ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଛି। ମୟୂରଭଞ୍ଜର ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଦଳର ସବୁ ଖେଳାଳିଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି।
ରାଜ୍ୟସ୍ତରୀୟ ଉଶୁ ପ୍ରତିଯୋଗିତାରେ ମୟୂରଭଞ୍ଜ ଜିଲ୍ଲାରୁ ସବ-ଜୁନିୟର, ଜୁନିୟର ଏବଂ ସିନିୟର ବର୍ଗରେ ୩୧ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ଖେଳାଳିମାନେ ବ୍ୟକ୍ତିଗତ ସ୍ତରରେ ସଫଳତା ଲାଭ କରିବା ସହିତ ମୟୂରଭଞ୍ଜ ଦଳ ତୃତୀୟ ସ୍ଥାନ ହାସଲ କରିଛି।
ମୟୂରଭଞ୍ଜ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଦଳର ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କୁ ଏ ଦିଗରେ ଆହୁରି ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲାରେ କିଭଳି ଉଶୁ କ୍ରୀଡ଼ାର ବିକାଶ ହେବ ସେନେଇ ଆଲୋଚନା କରି ଅବଶ୍ୟକୀୟ ଭିତ୍ତିଭୂମିର ବ୍ୟବସ୍ଥା କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି।
ଏହି ଅବସରରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଅବନୀ ମୋହନ ମହାନ୍ତି ଉଶୁ ଦଳର ସବୁ ଖେଳାଳି, କୋଚ ଏବଂ ସହାୟକ ସଦସ୍ୟଙ୍କୁ ଭେଟିଥିଲେ। ଆଗକୁ ମୟୂରଭଞ୍ଜରେ କିଭଳି ଉଶୁ କ୍ରୀଡ଼ାର ବିକାଶ ହେବ ସେ ବିଷୟରେ ଆଲୋଚନା କରିଥିଲେ।
Tags: #StatelevelWushuChampionship #Mayurbhanj #WushuGame #Sports #Odisha