ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ମିଳିଲା ପ୍ରଥମ ପଦକ। ସୁଟିଂର ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତୀୟ ସୁଟର ମନୁ ଭାକର ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସେ ଅଲିମ୍ପିକ୍ସ ସୁଟିଂ ପ୍ରତିଯୋଗିତାରେ ପଦକ ଜିତିବାରେ ପ୍ରଥମ ଭାରତୀୟ ମହିଳା ବନିଛନ୍ତି।

ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ମନୁ ଭାକର ମୋଟ ୨୨୧.୭ ପଏଣ୍ଟ ସ୍କୋର କରି ତୃତୀୟ ସ୍ଥାନରେ ରହିଥିଲେ। ଏହି ଇଭେଣ୍ଟରେ ଦକ୍ଷିଣ କୋରିଆର ଦୁଇ ସୁଟର ଓ ଜି ୟିନ ସ୍ଵର୍ଣ୍ଣ ପଦକ ଏବଂ କିମ୍ ଯେଜି ରୋପ୍ୟ ପଦକ ହାସଲ କରିଛନ୍ତି।

ମନୁ ଭାକରଙ୍କ ଏହି ପଦକ ଅଲିମ୍ପିକ୍ସ ସୁଟିଂ ପ୍ରତିଯୋଗିତାରେ ଭାରତ ପାଇଁ ୧୨ ବର୍ଷ ପରେ ଆସିଛି। ଏହା ପୂର୍ବରୁ ୨୦୧୨ ଲଣ୍ଡନ ଅଲମ୍ପିକ୍ସରେ ଭାରତ ସୁଟିଂରେ ଦୁଇଟି ପଦକ ଜିତିଥିଲା।

Tags: #ParisOlympics #Shooting #ManuBhakar #BronzeMedal #TeamIndia #Sports

LEAVE A REPLY

Please enter your comment!
Please enter your name here