ଓଡ଼ିଶାଲାଇଭ୍ ବ୍ୟୁରୋ

ଇରାନରେ ଆତଙ୍କବାଦୀ ସଂଗଠନ ହମାସର ଶୀର୍ଷ ନେତା ଇସମାଇଲ ହାନିୟାଙ୍କୁ ହତ୍ୟା କରାଯାଇଛି। ବୁଧବାର ସକାଳେ ତେହେରାନସ୍ଥିତ ବାସଭବନରୁ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଏହି ହତ୍ୟା ପଛରେ ଇସ୍ରାଏଲର ହାତ ଥିବା ସନ୍ଦେହ କରାଯାଉଛି। ଏନେଇ ଇରାନର ଇସଲାମିକ ରିଭୋଲ୍ୟୁସନାରି ଗାର୍ଡ କର୍ପସ (ଆଇଆରଜିସି) ପକ୍ଷରୁ ଏକ ବିବୃତି ଜାରି ହୋଇଛି।

ଇସମାଇଲ ହାନିୟା ହମାସର ରାଜନୈତିକ ମୁଖ୍ୟ ଥିଲେ। ସେ କତାରରେ ରହି ସଂଗଠନର ବିଭିନ୍ନ ଗତିବିଧିକୁ ପରିଚାଳନା କରୁଥିଲେ। ମଙ୍ଗଳବାର ସେ ଇରାନର ନୂଆ ରାଷ୍ଟ୍ରପତି ମାସୁଦ ପେଜେଶକିଆନଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ତେହେରାନ ଆସିଥିଲେ। ଏଠାରେ ସେ ଇରାନର ସର୍ବୋଚ୍ଚ ନେତା ଅୟତୋଲ୍ଲା ଅଲ୍ଲୀ ଖୋମେନୀଙ୍କୁ ମଧ୍ୟ ଭେଟିଥିଲେ।

ତେବେ ଇସମାଇଲ ହାନିୟା ଇସ୍ରାଏଲର ହାତ ଥିବା ନେଇ ଏବେ ସ୍ପଷ୍ଟ ହୋଇନାହିଁ। ଏନେଇ ଇସ୍ରାଏଲ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୋସାଦର ଏଜେଣ୍ଟମାନେ ଏହି ହତ୍ୟା କରିଥିବା ଅନେକ ଅନ୍ତର୍ଜାତୀୟ ମାମଲାର ବିଶ୍ଳେଷକମାନେ ମତ ଦେଇଛନ୍ତି।   

୨୦୨୩ ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ହମାସର ଆକ୍ରମଣର ପଛରେ ଇସମାଇଲ ହାନିୟା ମାଷ୍ଟରମାଇଣ୍ଡ ଥିଲେ। ତାଙ୍କୁ ହତ୍ୟା କରି ଏହି ଆକ୍ରମଣର ପ୍ରତିଶୋଧ ନେବେ ବୋଲି ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତେନ୍ୟାହୁ ଅନେକଥର ଚେତାବନୀ ଦେଇଥିଲେ। ଚଳିତବର୍ଷ ଏପ୍ରିଲ ମାସରେ ଗାଜାରେ ଇସମାଇଲ ହନିୟାଙ୍କ ୩ ଜଣ ପୁଅ ଇସ୍ରାଏଲର ଏକ ଏୟାରଷ୍ଟ୍ରାଇକରେ ପ୍ରାଣ ହରାଇଥିଲେ।

Tags: #IsmailHaniyeh #Assassination #Hamas #Iran #Israel

LEAVE A REPLY

Please enter your comment!
Please enter your name here