ମିନତି ମିଶ୍ର
ଇସ୍ରାଏଲ ପକ୍ଷରୁ ହିଜବୁଲହା ଉପରେ କରାଯାଇଥିବା ପେଜର ଆକ୍ରମଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ। ପେଜର ଆକ୍ରମଣକୁ ସେ ମଞ୍ଜୁରୀ ଦେଇଥିବା ସ୍ଵୀକାର କରିଛନ୍ତି। ସେପ୍ଟେମ୍ବରରେ ଏହି ପେଜର ଆକ୍ରମଣରେ ହିଜବୁଲହାର ପ୍ରାୟ ୪୦ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ୩ ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ। ନେତନ୍ୟାହୁଙ୍କ ପ୍ରବକ୍ତା ଓମର ଦୋସ୍ତାରି ଏହି ସୂଚନା ଦେଇଛନ୍ତି ।
ଚଳିତବର୍ଷ ସେପ୍ଟେମ୍ବର ୧୭ ତାରିଖରେ ହିଜବୁଲହାର ଆତଙ୍କବାଦୀଙ୍କ ପାଖରେ ଥିବା ପେଜର ହଠାତ ବିସ୍ଫୋରଣ ହୋଇଥିଲା। ଗୋଟେ ପରେ ଗେଟ ଏକାଧିକ ପେଜରେ ସିରିଏଲ୍ ବିସ୍ଫୋରଣ ହୋଇଥିଲା। ଏଥିପାଇଁ ଇରାନ ଏବଂ ହିଜବୁଲହା ଇଜ୍ରାଏଲକୁ ଦାୟୀ କରିଥିଲା। ତେବେ ସେତେବେଳ ଇସ୍ରାଏଲ ପକ୍ଷରୁ ଏନେଇ କୌଣସି ଆଧିକାରିକ ବୟାନ ଦିଆଯାଇନଥିଲା।
ହିଜବୁଲହାର ଆତଙ୍କବାଦୀମାନେ ଇସ୍ରାଏଲ ସେନାର ଟ୍ରାକିଂରୁ ବର୍ତ୍ତିବା ପାଇଁ ପ୍ରାୟତଃ ପେଜର ମାଧ୍ୟମରେ ହିଁ ଯୋଗାଯୋଗ କରିଆସୁଥିଲେ। ବିସ୍ଫୋରଣ ହୋଇଥିବା ପେଜରଗୁଡ଼ିକ ଏପି୯୨୪ ମଡେଲର ଥିଲା। ହିଜବୁଲହା ପକ୍ଷରୁ କିଛି ମାସ ତଳେ ତାଇୱାନର ଏକ କମ୍ପାନି ଗୋଲ୍ଡ ଆପୋଲୋକୁ ୫୦୦୦ ପେଜର ଯୋଗାଇବା ପାଇଁ ଅର୍ଡର ଦିଆଯାଇଥିଲା।
ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୋସାଦକୁ ଏହି ସୂଚନା ମିଳିଥିଲା। ଲେବାନନରେ ପହଞ୍ଚିବା ପୂର୍ବରୁ ମୋସାଦ ଏହିସବୁ ପେଜରର ବ୍ୟାଟେରିରେ ଅଳ୍ପ ମାତ୍ରାରେ ବିସ୍ଫୋରକ ଖଞ୍ଜି ଦେଇଥିଲା। ଏହି ଡିଭାଇସଗୁଡ଼ିକର ସୁରକ୍ଷାକୁ ନେଇ ଏକ ପ୍ରକାର ନିଶ୍ଚିନ୍ତ ଥିଲା ହିଜବୁଲହା। ତେବେ ପେଜରରେ ବିସ୍ଫୋଟକ ଥିବା ସ୍କାନର ମଧ୍ୟ ଡିଟେକ୍ଟ କରିପାରି ନଥିଲା।
ଇସ୍ରାଏଲ ପକ୍ଷରୁ ସୁନିୟନ୍ତ୍ରିତ ଭାବେ ଯୋଜନା କରାଯାଇ ଏହି ପେଜରଗୁଡିକୁ ବିସ୍ଫୋରଣ କରଯାଇଥିଲା। ଏହି ପେଜର ଅଳ୍ପ ଗରମ ହେବା ପରେ ଆପେ ଆପେ ଫାଟି ଯାଇଥିଲା। ପଜେର ପରେ ସେପ୍ଟେମ୍ବର ୧୮ ତାରିଖରେ ହିଜବୁଲହାର ଆତଙ୍କବାଦୀମାନେ ବ୍ୟବହାର କରୁଥିବା ୱାକିଟକି ମଧ୍ୟ ବିସ୍ଫୋରଣ ହୋଇଥିଲା।
ଅନ୍ୟପଟେ ଲେବାନନ ପକ୍ଷରୁ ଏହି ପ୍ରାଣଘାତୀ ଆକ୍ରମଣକୁ ନେଇ ଜାତିସଂଘ ଶ୍ରମ ଏଜେନ୍ସିରେ ଅଭିଯୋଗ କରାଯାଇଥିଲା। ଇସ୍ରାଏଲର ଏହି ଆକ୍ରମଶ ମାନବବାଦ ତଥା ଟେକ୍ନୋଲଜି ବିରୋଧରେ ଏକ ଭୟଙ୍କର ଯୁଦ୍ଧ ବୋଲି ଅଭିଯାଗ କରିଛି ଲେବାନନ।
Tags: #PagerBlast #Hezbollah #Mossad #Lebanon #Israel