ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ୟାରିସ ଅଲିମ୍ପିକ୍ସରେ ଗୁରୁବାର ଭାରତକୁ ମିଳିଲା ତୃତୀୟ ପଦକ। ସୁଟିଂର ୫୦ ମିଟର ରାଇଫଲ ଥ୍ରୀ ପୋଜିସନ ଇଭେଣ୍ଟରେ ଭାରତୀୟ ସୁଟର ସ୍ଵପ୍ନିଲ୍ କୁଶାଲେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଚଳିତ ଅଲିମ୍ପିକ୍ସରେ ଏହା ମନୁ ଭାକରଙ୍କ ଦ୍ଵିତୀୟ ବ୍ରୋଞ୍ଜ ପଦକ। ଏହି ଯୁବ ଭାରତୀୟ ସୁଟର ନିଜ ପ୍ରଥମ ଅଲିମ୍ପିକ୍ସରେ ହିଁ ପଦକ ହାସଲ କରିବାର ଗୌରବ ଅର୍ଜନ କରିଛନ୍ତି।

୫୦ ମିଟର ରାଇଫଲ ଥ୍ରୀ ପୋଜିସନ ଇଭେଣ୍ଟରେ ସ୍ଵପ୍ନୀଲ୍ କୁଶାଲେ ୪୫୧.୪ ପଏଣ୍ଟ ସ୍କୋର କରି ତୃତୀୟ ସ୍ଥାନରେ ରହିଥିଲେ। ଏହି ଇଭେଣ୍ଟରେ ଚୀନର ସୁଟର ୟୁକୁନ୍ ଲ୍ୟୁ ସ୍ଵର୍ଣ୍ଣ ପଦକ ହାସଲ କରିଥିବାବେଳେ ୟୁକ୍ରେନର ସେରହି କୁଲିସ୍ ରୋପ୍ୟ ପଦକ ହାସଲ କରିଛନ୍ତି।

ସ୍ଵପ୍ନୀଲ୍ କୁଶାଲେଙ୍କ ଏହି ପଦକକୁ ମିଶାଇ ଭାରତ ସମସ୍ତ ୩ଟି ପଦକ ସୁଟିଂ ପ୍ରତିଯୋଗିତାରୁ ହିଁ ଆସିଛି।  ଏହାପୂର୍ବରୁ ମନୁ ଭକାର ମହିଳା ୧୦ ମିଟର ଏୟାର ପିସ୍ତଲ ବ୍ୟକ୍ତିଗତ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିଲେ। ଏହାସହ ସେ ସରବଜୋତ ସିଂହଙ୍କ ସହ ମିଶି ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଟିମ୍ ଇଭେଣ୍ଟରେ ମଧ୍ୟ ବ୍ରୋଞ୍ଜ ପଦକ ହାସଲ କରିଥିଲେ।

Tags: #ParisOlympics #SwapnilKusale #Shooting #BronzeMedal #TeamIndia #Sports

Comment