ଓଡ଼ିଶାଲାଇଭ୍ ବ୍ୟୁରୋ

ଜାତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ ଉପରେ ବଡ଼ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଚଳିତ ବର୍ଷ ଦେଶରେ ପୁଣିଥରେ ନିଟ୍ ପରୀକ୍ଷା ହେବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ପୁନଃ ନିଟ୍ ପରୀକ୍ଷା ପାଇଁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି ।  

ଶୁକ୍ରବାର ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ପୁନଃ ନିଟ୍ ପରୀକ୍ଷା ପାଇଁ ହୋଇଥିବା ଆବେଦନର ଶୁଣାଣି କରିଥିଲେ। ପୁନର୍ବାର କାହିଁକି ନିଟ୍ ପରୀକ୍ଷା କରାଯିବ ନାହିଁ ସେ ନେଇ ସୁପ୍ରିମକୋର୍ଟ ଶୁଣାଣିରେ ଦର୍ଶାଇଛନ୍ତି।

“ନିଟ୍‌ ପରୀକ୍ଷା ମାମଲାରେ ସେପରି ବଡ଼ଧରଣର ପେପର ଲିକ୍‌ ହୋଇନାହିଁ। କେବଳ ବିହାରର ପାଟନା ଓ ହଜାରୀବାଗରେ ପେପର ଲିକ୍‌ ହୋଇଥିଲା। ତେବେ ଏଥିରେ ପୂରା ବ୍ୟବସ୍ଥାକୁ ଦାୟୀ କରାଯାଇପାରିବ ନାହିଁ”, କହିଛନ୍ତି ସୁପ୍ରିମକୋର୍ଟ।

ସୁପ୍ରିମକୋର୍ଟ ଆହୁରି ମଧ୍ୟ କହିଛନ୍ତି, “ଉପଯୁକ୍ତ ପରୀକ୍ଷାର୍ଥୀଙ୍କ ଚିହ୍ନଟ କରିବା ତଥା ପେପର ଲିକକୁ ରୋକିବା ପାଇଁ ଷ୍ଟୋରେଜ୍ ବ୍ୟବସ୍ଥାର ଏସଓପି ତିଆରି କରିବା କେନ୍ଦ୍ର ସରକାର ଓ ଏନଟିଏର ଦାୟିତ୍ଵ। ପରୀକ୍ଷା କରିବାର ପ୍ରକ୍ରିୟାକୁ ଏନଟିଏ ବଦଳାଇବା ଦରକାର। ପ୍ରଶ୍ନପତ୍ର ପ୍ରସ୍ତୁତିଠାରୁ ଆରମ୍ଭ କରି ପରୀକ୍ଷା ସରିବା ପର୍ଯ୍ୟନ୍ତ ଏହାର କଡ଼ା ସୁରକ୍ଷା ଆବଶ୍ୟକତା ରହିଛି।”

ସୁପ୍ରିମକୋର୍ଟ ପୁନଃ ନିଟ୍ ପରୀକ୍ଷା ପାଇଁ ଦିଆଯାଇଥିବା ଆବେଦନକୁ ଖାରଜ କରିବା ସହ ଆଗକୁ ସବୁ ପରୀକ୍ଷା ବ୍ୟବସ୍ଥାରେ ଏଭଳି ଅନିୟମିତତା ପ୍ରତି ଧ୍ୟାନ ଦେବା ପାଇଁ ଏନଟିଏକୁ ପରାମର୍ଶ ଦେଇଛନ୍ତି।

Tags: #NEETExam #MedicalEntrance #Education #Students #NTA #SupremeCourt

Comment