ଓଡ଼ିଶାଲାଇଭ୍ ବ୍ୟୁରୋ

ହରିହର ମହାପାତ୍ର। ସିନେପ୍ରେମୀମାନେ ତାଙ୍କୁ ଜାଣନ୍ତି ‘ହରି’ ନାଁରେ। ଓଡ଼ିଆ ଫିଲ୍ମ ଦୁନିଆରେ କମେଡିର ସେ ଜଣେ ଟ୍ରେଣ୍ଡ ସେଟର। ନିଜ ଅଭିନୟରେ କେତେବେଳେ ସେ ଦର୍ଶକଙ୍କୁ ହସାଇ ହସାଇ ବେଦମ କରାଇଛନ୍ତି ତ, ଆଉ କେତେବେଳେ ଦର୍ଶକଙ୍କୁ ଖୁବ କନ୍ଦାଇଛନ୍ତି।

ମଞ୍ଚ, ସିନେମା ଏବଂ ମେଗା ଧାରାବାହିକ ଭଳି ମନୋରଞ୍ଜନର ତିନୋଟି ପ୍ଲାଟଫର୍ମରେ ସେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି।

ହରି ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହେବା ପରେ ସ୍ୱାଭାବିକ ଢଙ୍ଗରେ ଓଡ଼ିଆ ସିନେମା ଜଗତରେ ପାଦ ଦେଇଥିଲେ। ତାଙ୍କୁ ଓଲିଉଡରେ ବିଗ୍‌ ବ୍ରେକ୍‌ ଦେଇଥିଲେ ପ୍ରଖ୍ୟାତ ନିର୍ଦ୍ଦେଶକ ରାଜୁ ମିଶ୍ର। ଓଡ଼ିଆ ସିନେମା ‘ସତ ମିଛ’ରୁ ହାସ୍ୟ ଅଭିନେତା ଭାବେ କ୍ୟାରିୟର ଆରମ୍ଭ କରିଥିଲେ ହରିହର ମହାପାତ୍ର। ଏହା ପରେ ସେ ଗୋଟିଏ ପରେ ଗୋଟିଏ ସିନେମାରେ କମେଡିଆନ ଭାବେ ଅଭିନୟ କରି ସଫଳତା ପାଇବାକୁ ଲାଗିଲେ।

ପ୍ରଥମ ଥର ପାଇଁ ଓଡ଼ିଆ ଚଳଚ୍ଚିତ୍ର ‘ରୁମକୁ ଝୁମାନା’ରେ ହରିଙ୍କୁ ଭିନ୍ନ ଚରିତ୍ରରେ ଦେଖିବାକୁ ପାଇଥିଲେ ଦର୍ଶକ। ଏଥିରେ ସେ କମେଡିଆନ ବଦଳରେ ସିରୟସ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କୁ କନ୍ଦାଇ ଦେଇଥିଲେ।

ଅଭିନୟ ଦୁନିଆରେ ହରିଙ୍କ ଦୀର୍ଘଦିନର ଅନୁଭୂକତି ଏବଂ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଓଡ଼ିଶାଲାଇଭ୍ ସହ ସ୍ଵତନ୍ତ୍ର ସାକ୍ଷାତକାର। ଦେଖନ୍ତୁ ଭିଡିଓ।

Tags: #HariharMohapatra #Acting #Actor #Interview #Entertainment

Comment