ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ୟୁକ୍ରେନ ଗସ୍ତ କରିଛନ୍ତି। ସେ କିଭରେ ୟୁକ୍ରେନର ରାଷ୍ଟ୍ରପତି ଭୋଲଡମିର ଜେଲେନସ୍କିଙ୍କ ସହ ସାକ୍ଷାତ କରିଛନ୍ତି। ଏଠାରେ ଉଭୟ ନେତାଙ୍କ ମଧ୍ୟରେ ଦ୍ଵିପାକ୍ଷୀକ ଆଲୋଚନା ହେବ। ୨୦୨୨ରେ ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ୟୁକ୍ରେନ ଗସ୍ତ।
ଏଠାରେ ରାଷ୍ଟ୍ରପତି ଭୋଲଡମିର ଜେଲେନସ୍କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରୁଷ-ୟୁକ୍ରେନ ଯୁଦ୍ଧ ବାବଦ ସୂଚନା ପ୍ରଦାନ କରିଥିଲେ। ସେ ଯୁଦ୍ଧରେ ସହିଦ ହୋଇଥିବା ୟୁକ୍ରେନର ସୈନ୍ୟ ଓ ଲୋକମାନଙ୍କ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ। ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ପ୍ରଧାନମନ୍ତ୍ରୀ।
ପ୍ରଧାନମନ୍ତ୍ରୀ ଗୁରୁବାର ରାତିରେ ପୋଲାଣ୍ଡରୁ ଏକ ସ୍ଵତନ୍ତ୍ର ଟ୍ରେନ ଯୋଗେ କିଭ ଅଭିମୁଖେ ଯାତ୍ରା କରିଥିଲେ। ଶୁକ୍ରବାର ସେ କିଭ ସେଣ୍ଟ୍ରାଲ ରେଳ ଷ୍ଟେସନରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ଵାଗତ କରାଯାଇଥିଲା। ଏହାପରେ ସେ ୟୁକ୍ରେନରେ ରହୁଥିବା ଭାରତୀୟଙ୍କୁ ଭେଟି ଥିଲେ।
ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତରେ ରୁଷ-ୟୁକ୍ରେନ ଯୁଦ୍ଧର ସମାଧାନ ବିଷୟରେ ଆଲୋଚନା ହେବାର ସମ୍ଭାବନା ରହିଛି। ଏହାସହ ବାଣିଜ୍ୟ ଓ ଅନ୍ୟାନ୍ୟ ଦିଗକୁ ନେଇ ଦ୍ଵିପାକ୍ଷୀକ ବୈଠକରେ ଚର୍ଚ୍ଚା ହେବାର ସମ୍ଭାବନା ରହିଛି।
Tags: #NarendraModi #PrimeMinister #UkraineVisit #India