ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିଠାରୁ ୩ ଦିନିଆ ବୃନେଇ ଓ ସିଙ୍ଗାପୁର ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମଙ୍ଗଳବାର ସେ ବୃନେଇରେ ପହଞ୍ଚିବେ। କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ବୃନେଇ ଗସ୍ତ। ଏହାପରେ ସେଠାରୁ ସେ ସିଙ୍ଗାପୁର ଅଭିମୁଖେ ଯାତ୍ରା କରିବେ।

ବୃନେଇର ରାଜା ସୁଲତାନ ହାଜି ହସନାଲ ବୋଲିକିହା ପ୍ରଧାନମନ୍ତ୍ରୀଙ୍କୁ ନିଜ ଦେଶକୁ ନିମନ୍ତ୍ରଣ କରିଥିଲେ। ବୃନେଇ ଓ ସିଙ୍ଗାପୁରରେ ପ୍ରଧାନମନ୍ତ୍ରୀ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ। ଉଭୟ ଦେଶ ସହିତ ଭାରତର ଦ୍ଵିପାକ୍ଷିକ ସମ୍ପର୍କକୁ ମଜଭୁତ କରିବା ଦିଗରେ ଏଠାରେ ଆଲୋଚନା ହେବ।

ବୃନେଇ ଗସ୍ତ ସାରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ସିଙ୍ଗାପୁର ଯିବେ। ସେଠାରେ ସେ ରାଷ୍ଟ୍ରପତି ଥର୍ମନ ଶନମୁଗରତ୍ନମ୍ ଓ ପ୍ରଧାନମନ୍ତ୍ରୀ ଲରେନ୍ସ ଭୋଙ୍ଗେଙ୍କ ସହ ଦ୍ଵିପାକ୍ଷିକ ବୈଠକ କରିବେ। ଏହାସହ ସେ ସିଙ୍ଗାପୁରରେ ରହୁଥିବା ଭାରତୀୟ ସମୁଦାୟଙ୍କ ସହ ସାକ୍ଷତ କରିବାର କାର୍ଯ୍ୟକ୍ରମ ରହିଛି।   

Tags: #PMNarendraModi #ForeignVisit #Brunei #Singapore #IndianCommunity

Comment