ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ବୌଦ୍ଧ-କନ୍ଧମାଳ ଜିଲ୍ଲା ସୀମାନ୍ତ ଘଣ୍ଟାପଡ଼ା ଥାନା ଉମା ପଞ୍ଚାୟତ ଅନ୍ତର୍ଗତ ଟୁଡ଼ିବାହାଲ ଜଙ୍ଗଲରେ ସର୍ଚ୍ଚ ଅପରେସନ ଚାଲିଥିଲାବେଳେ ମାଓବାଦୀ କ୍ୟାମ୍ପ ଠାବ କରିଛନ୍ତି ଏସ୍‌ଓଜି ଯବାନ। କ୍ୟାମ୍ପରୁ ମାଓବାଦୀଙ୍କ ପୋଷାକ, ଔଷଧ, ସାଲାଇନ, ବିସ୍ଫୋରକ ସାମଗ୍ରୀ ଆଦି ଜବତ କରାଯାଇଛି।

ବୌଦ୍ଧ-କନ୍ଧମାଳ ଜିଲ୍ଲାର ସୀମାନ୍ତ ଟୁଡ଼ିବାହାଲ ଜଙ୍ଗଲରେ ଏସ୍ଓଜି ଯବାନଙ୍କ ପକ୍ଷରୁ କିଛି ଦିନ ହେବ ସର୍ଚ୍ଚ ଅପରେସନ ଜାରି ରହିଛି। ବୁଧବାର ସକାଳେ ସର୍ଚ୍ଚ ଅପରେସନ ଚାଲିଥିଲା ବେଳେ ଏସଓଜି ଯବାନ ଏକ ମାଓବାଦୀ କ୍ୟାମ୍ପ ଠାବ କରିଥିଲେ। ସର୍ଚ୍ଚ ଅପରେସନ ଖବର ପାଇ କ୍ୟାମ୍ପ ଛାଡ଼ି ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ।

କ୍ୟାମ୍ପରୁ ମାଓବାଦୀଙ୍କ ପୋଷାକ, ଔଷଧ, ସାଲାଇନ ଓ ବିସ୍ଫୋରକ ସାମଗ୍ରୀ ଆଦି ଜବତ କରିବା ସହ ଏ ନେଇ ଘଣ୍ଟାପଡ଼ା ଥାନାରେ ମାମଲା ରୁଜୁ କରାଯାଇଛି। ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ମାଓବାଦୀଙ୍କ ଗତିବିଧି କମି ଥିବାବେଳେ ବିଭିନ୍ନ ଜଙ୍ଗଲରେ ସର୍ଚ୍ଚ ଅପରେସନ କରାଯାଉଛି ବୋଲି ବୌଦ୍ଧ ଏସିପି  ସୂଚନା ଦେଇଛନ୍ତି।

Tags: #MaoistCamp #Maoist #Boudh #Kandhamal #SearchOperation

Comment