ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ବର୍ଷ କଟକରେ ଦୁର୍ଗା ପୂଜା ଭସାଣିକୁ ନେଇ କଟକଣା ଜାରି ହୋଇଛି। ଭସାଣିରେ ଡିଜେ ପରେ ଏବେ ଲେଜର୍ ଲାଇଟ୍ ଓ ଫାୟାର୍ ଗନ୍‌ ଉପରେ କଟକଣା ଲାଗିଛି। ଜିଲ୍ଲା ପ୍ରଶାସନ ସହ ଶାନ୍ତି କମିଟିର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଚଳିତ ବର୍ଷ ଅକ୍ଟୋବର ୯ ତାରିଖରୁ ଦୁର୍ଗା ପୂଜା ଆରମ୍ଭ ହେବ। ଅକ୍ଟୋବର ୧୪ ତାରିଖରେ ଭସାଣି ଶୋଭାଯାତ୍ରା ଅନୁଷ୍ଠିତ ହେବ। ଭସାଣିରେ ଡିଜେ ପରିବର୍ତ୍ତେ ପାରମ୍ପାରିକ ବାଦ୍ୟ ବଜାଇବାକୁ ଅନୁମତି ମିଳିଛି। ଏହାସହ ପୂଜା ସମୟରେ ରାତି ୧୨ଟା ଯାଏଁ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ଦିଆଯାଇଛି।

ତେବେ ପୂଜା ପାଇଁ ଜବରଦସ୍ତ ଚାନ୍ଦା ମାଗିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନରେଟ୍ ପୋଲିସ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଚଳିତବର୍ଷ ନିଶାମୁକ୍ତ ଭସାଣି ଶୋଭାଯାତ୍ରା କରିବା ଦିଗରେ ଗୁରୁତ୍ଵ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି।

ଏହି ବୈଠକରେ କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦୋସ, କଟକ ମେୟର ସୁବାସ ସିଂହ, କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ସମେତ ଶାନ୍ତି କମିଟିର ବରିଷ୍ଠ ସଦସ୍ୟମାନେ ଯୋଗ ଦେଇଥିଲେ।   

Tags: #DurgaPuja #Dussehra #CommissioneratePolice #Cuttack

Comment