ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ଅଧୀନ ସଇତପୁର ପଞ୍ଚାୟତର ଜାମଶୂଳି ଗାଁ ନିକଟରେ ବିଦ୍ୟୁତ ଆଘାତ ଯୋଗୁଁ ଗୋଟିଏ ହାତୀର ମୃତ୍ୟୁ ହୋଇଛି। ଚାଷ ଜମି ନିକଟରେ ବିଛା ଯାଇଥିବା ବିଦ୍ୟୁତ ତାର ଲାଗିବା ଯୋଗୁଁ ହାତୀଟିର ମୃତ୍ୟୁ ହୋଇଥିବା କୁହାଯାଉଛି।

ବେତନଟୀ ରେଞ୍ଜ ଅଧୀନ ବଡ଼ାମପୁର ଅଞ୍ଚଳରେ କିଛି ଦିନ ହେଲା ୧୧ଟି ହାତୀ ବୁଲୁଥିଲେ। ବେତନଟୀ ବନବିଭାଗ ପକ୍ଷରୁ ରାତି ତମାମ ପେଟ୍ରୋଲିଂ ଚାଲିଥିବା ବେଳେ ଭୋର ସମୟରେ ଗୋଟିଏ ହାତୀ ପଲ ଭିତରୁ ଅଲଗା ହୋଇ ସଇତପୁର ପଞ୍ଚାୟତ ଆଡ଼କୁ ଚାଲିଯାଇଥିଲା। ଜାମଶୂଳି ଗାଁମୁଣ୍ଡରେ ଥିବା ଧାନ ଜମି ନିକଟରେ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯାଇଥିଲା ହାତୀଟି।

ଗୁରୁବାର ଦିନ ହାତୀଟିର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ଏ ସମ୍ପର୍କରେ ସୂଚନା ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀର ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।

Tags: #Mayurbhanj #BetanatiForestRange #Electrocution #Elephant #Death

LEAVE A REPLY

Please enter your comment!
Please enter your name here