ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅନ୍ତର୍ଗତ ଦେଉଳି ରେଞ୍ଜ ଅଞ୍ଚଳରେ କିଛି ଗ୍ରାମବାସୀ ଗୋଟିଏ ଅଜଗର ସାପକୁ ମାରି ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ନେଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ବାରିପଦା ବନଖଣ୍ଡ ଅଧିକାରୀ ଏ ଉମା ମହେଶ କହିଛନ୍ତି, ଅଜଗର ସାପଟି ବିଲୁପ୍ତପ୍ରାୟ ସିଡ୍ୟୁଲ-୧ ପ୍ରଜାତିର। ବାରମ୍ବାର ବିଲୁପ୍ତ ପ୍ରାୟ ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ନେଇ ସଚେତନତା ସୃଷ୍ଟି କରାଯାଉଛି। କିନ୍ତୁ ଏଯାଏଁ ବନ୍ୟପ୍ରାଣୀଙ୍କ ହତ୍ୟା ଘଟଣା କମି ପାରୁନାହିଁ। ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସଚେତନତାକୁ ଆହୁରି ବ୍ୟାପକ କରାଯିବ ବୋଲି ସେ କହିଛନ୍ତି।

Tags: #Mayurbhanj #PythonSnake #Killing #Odisha

Comment