ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
‘ଅଟିଜିମ’ ଶୈଶବ ଅବସ୍ଥାରେ ଦେଖାଦେଉଥିବା ମସ୍ତିଷ୍କ ବିକାଶ ସମ୍ବନ୍ଧୀୟ ମାନସିକ ସମସ୍ୟା। ଏହି ସମସ୍ୟା ଥିଲେ ଜଣେ ଶିଶୁ ସାଧାରଣ ପିଲାଙ୍କ ଭଳି ଅନ୍ୟମାନଙ୍କ ସହ ଯୋଗାଯୋଗ ବା ସମ୍ପର୍କ କରିପାରନ୍ତି ନାହିଁ। ଏହି ପିଲାଙ୍କର ବ୍ୟବହାରରେ ଭିନ୍ନତା ଦେଖିବାକୁ ମିଳେ। ଏହା ସହ ଏମାନେ ଠିକ୍ ଭାବେ କଥା ହୋଇପାରନ୍ତି ନାହିଁ କିମ୍ବା ଠିକ୍ ଭାବେ ଶବ୍ଦ ଉଚାରଣ କରିପାରନ୍ତି ନାହିଁ।
ଅଟିଜିମ ସମସ୍ୟାକୁ ବୁଝି ଅଟିଜିମ ପିଲାଙ୍କର ସଠିକ୍ ଯତ୍ନ ନେବାର ଆବଶ୍ୟକତା ରହିଛି।
ତେବେ ଅଟିଜିମର ଲକ୍ଷଣ କ’ଣ, ଏହାକୁ କିପରି ଚିହ୍ନିବେ ଏବଂ ଅଟିଜିମ ପିଲାଙ୍କର କିପରି ଯତ୍ନ ନିଆଯାଏ, ସେ ସମ୍ପର୍କରେ ସ୍ପିଚ୍ ଆଲାଙ୍ଗୁଏଜ୍ ପାଥୋଲୋଜିଷ୍ଟ ପ୍ରଫେସର ସତ୍ୟ ମହାପାତ୍ର କ’ଣ କହୁଛନ୍ତି ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #Autism #AutismAwareness #ChildCare #causes #Prevention #OdiaHealthTips #DoctorAdvice