ଓଡ଼ିଶାଲାଇଭ୍ ବ୍ୟୁରୋ

ଶିଶୁ ଯୌନ ନିର୍ଯାତନା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଧାରିତ ଭିନ୍ନ ସ୍ୱାଦର ନାଟକ ‘ସେପ୍ଟେମ୍ବରର ତିରିଶ ଦିନ’। ଏହି ନାଟକକୁ ଦର୍ଶକୀୟ ଆଦୃତି ମିଳିଛି। ବିଭିନ୍ନ ବୟସ ଓ ବର୍ଗର ଦର୍ଶକମାନେ ଏହି ନାଟକ ଦେଖି ଏକ ବିଶେଷ ବାର୍ତ୍ତା ପାଇଛନ୍ତି।

ଇନଷ୍ଟିଚ୍ୟୁଟ୍ ଅଫ୍ ନଲେଜ୍ ସୋସାଇଟିଜ୍ ବ୍ୟାନରରେ ପ୍ରସ୍ତୁତ ‘ସେପ୍ଟେମ୍ବରର ୩୦ ଦିନ’ ନାଟକ ଶିଶୁ ଯୌନ ନିର୍ଯାତନା ବିରୋଧରେ ସ୍ୱର ଉଠାଇବା ଲାଗି ସମାଜକୁ ଏକ ଶକ୍ତ ବାର୍ତ୍ତା ଦେଉଛି। ଏହି ନାଟକଟି ଭାରତର ଜଣାଶୁଣା ନାଟ୍ୟକାର ମହେଶ ଦତ୍ତାନିଙ୍କର ମୂଳ ଇଂରାଜୀ ନାଟକ ‘ଥାର୍ଟି ଡେଜ୍ ଇନ ସେପ୍ଟେମ୍ବର’ ର ଓଡ଼ିଆ ରୂପାନ୍ତର।

ଡକ୍ଟର ସତ୍ୟବ୍ରତ ରାଉତ ଏହାକୁ ଓଡ଼ିଆ ଭାଷାରେ ରୂପାନ୍ତର କରିବା ସହ ଏହାର ନିର୍ଦ୍ଦେଶନା ଦେଇଛନ୍ତି।

Tags: #Septembarara30dina #30DaysinSeptember #ChildSexualAbuse #Play

LEAVE A REPLY

Please enter your comment!
Please enter your name here