ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୋହନଦାସ କରମଚାନ୍ଦ ଗାନ୍ଧୀ, ଯାହାକୁ ସାରା ବିଶ୍ୱ ମହାତ୍ମା ଗାନ୍ଧୀଙ୍କ ନାମରେ ଜାଣେ। ମହାତ୍ମା ଗାନ୍ଧୀ ସତ୍ୟ ଓ ଅହିଂସାକୁ ନିଜର ଅସ୍ତ୍ର କରି ନେଇଥିଲେ। ଏପରି ଅସ୍ତ୍ର ଯାହା ବ୍ରିଟିଶ ସାମ୍ରାଜ୍ୟକୁ ବି ଧ୍ୱଂସ କରିଦେଇଥିଲା। ଗାନ୍ଧିଜୀଙ୍କ ଜୀବନ ଉପରେ ବହୁତଗୁଡ଼ିଏ ଫିଲ୍ମ ନିର୍ମିତ ହୋଇଛି। ଆସନ୍ତୁ ଜାଣିବା ୫ଟି ଫିଲ୍ମ ବିଷୟରେ ଯେଉଁଥିଲେ ଗାନ୍ଧୀଙ୍କ ଜୀବନର ବିଭିନ୍ନ ପାର୍ଶ୍ୱକୁ ଦର୍ଶାଯାଇଛି।

୧୯୮୨ ମସିହାରେ ରିଲିଜ୍ ହୋଇଥିଲା ଚାର୍ଡ ଏଟନ୍ ବରୋଙ୍କ ଇଂରାଜୀ ଭାଷୀ ଫିଲ୍ମ ‘ଗାନ୍ଧୀ’। ଏହି ଫିଲ୍ମରେ ବେନ୍ କିଙ୍ଗସଲେଙ୍କୁ ଗାନ୍ଧୀଙ୍କ ଭୂମିକାରେ ଦେଖିବାକୁ ମିଳିଥିଲା। ଏଥିରେ ଗାନ୍ଧୀଜୀଙ୍କର ‘ଚମ୍ପାରଣ ଆନ୍ଦୋଳନ’କୁ ଦର୍ଶାଯାଇଥିଲା। ବହୁ ଭାରତୀୟ ଅଭିନେତା ଓ ଅଭିନେତ୍ରୀ ମଧ୍ୟ ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଏହି ଫିଲ୍ମଟିକୁ ଓସ୍କାର ପୁରସ୍କାର ମିଳିଥିଲା।

୧୯୯୩ରେ ଆସିଥିଲା କେତନ ମେହେତା ନିର୍ଦ୍ଦେଶିତ “ସର୍ଦ୍ଦାର”। ଏଥିରେ ଗାନ୍ଧୀଙ୍କ ଚରିତ୍ରଟି ଅଭିନେତା ଅନ୍ନୁ କପୁର କରିଥିବାବେଳେ ପରେସ୍ ରାଓ୍ୱଲଙ୍କୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଭୂମିକାରେ ଦେଖିବାକୁ ମିଳିଥିଲା। ଗାନ୍ଧୀଜୀ ଓ ସର୍ଦ୍ଦାର ପଟେଲଙ୍କ ମଧ୍ୟରେ ଥିବା ସମ୍ପର୍କ ଏବଂ ବିଚାରରେ ମତଭେଦକୁ ଏହି ଫିଲ୍ମରେ ଦର୍ଶକ ଦେଖିବାକୁ ପାଇଛନ୍ତି।

୧୯୯୬ରେ ନିର୍ମିତ ହୋଇଥିଲା ‘ଦି ମେକିଙ୍ଗ ଅଫ୍ ଗାନ୍ଧୀ’ ସିନେମା। ଶ୍ୟମ୍ ବେନେଗାଲ୍ ଏହାର ନିର୍ଦ୍ଦେଶନା ଦେଇଥିଲେ। ମୋହନଦାସ କରମଚାନ୍ଦ ଗାନ୍ଧୀ କିପରି ମହାତ୍ମା ଗାନ୍ଧୀ ହେଲେ ଏହି ସିନେମାରେ ଦେଖିବାକୁ ମିଳିଛି। ଅଭିନେତା ରଜତ କପୁର ଏଥିରେ ଗାନ୍ଧୀ ଭୂମିକାରେ ଥିଲେ।

୨୦୦୬ରେ ଆସିଥିଲା ରାଜକୁମାର ହିରାନୀଙ୍କର ସୁପରହିଟ୍ ଫିଲ୍ମ “ଲଗେ ରହୋ ମୁନ୍ନାଭାଇ”। ଏଥିରେ ମୁନ୍ନାଭାଇ ଗାନ୍ଧୀଜୀଙ୍କ ଅହିଂସା ପଥକୁ ଆପଣେଇଥିବା ଦେଖିବାକୁ ମିଳିଥିଲା। ମୁନ୍ନାଭାଇ ଚରିତ୍ରରେ ସଂଜୟ ଦତ୍ତ ଅଭିନୟ କରିଥିଲେ। ଦିଲ୍ଲୀପ ପ୍ରଭାବଲକର୍ ଗାନ୍ଧୀଜୀ ହୋଇଥିଲେ।

ଲଗେ ରହୋ ମୁନ୍ନାଭାଇ ଫିଲ୍ମର ଠିକ୍ ପର ବର୍ଷ , ୨୦୦୭ରେ ରିଲିଜ୍ ହୋଇଥିଲା “ଗାନ୍ଧୀ ମାଇ ଫାଦର୍” ଫିଲ୍ମ। ଏଥିରେ ଗାନ୍ଧୀଜୀଙ୍କ ଜୀବନର ଦୁଃଖଦ ପ୍ରସଙ୍ଗକୁ ପ୍ରତିଫଳିତ କରାଯାଇଥିଲା। ଗାନ୍ଧୀଜୀ ଆଉ ତାଙ୍କ ପୁଅ ହରିଲାଲଙ୍କ ସଂପର୍କର କାହାଣୀ ରହିଛି ଏହି ଫିଲ୍ମରେ। ଫିରୋଜ ଆବାସ୍ ମସ୍ତାନ ନିର୍ଦ୍ଦେଶିତ ସିନେମାଟି ଜାତୀୟ ପୁରସ୍କାର ପାଇଥିଲା। ଦର୍ଶନ ଜରିଓ୍ୱାଲା ଏଥିରେ ଗାନ୍ଧୀଜୀଙ୍କ ଚରିତ୍ରରେ ନଜର ଆସିଥିଲେ।

Tags: #MahatmaGandhi #Films #LifeStory #India

LEAVE A REPLY

Please enter your comment!
Please enter your name here