ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ପୂର୍ବାଞ୍ଚଳ ଡିଆଇଜି ସତ୍ୟଜିତ ନାଏକ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରି ଜିଲ୍ଲାର ଆଇନଶୃଙ୍ଖଳା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଏହା ପରେ ସେ ମୟୂରଭଞ୍ଜ ଏସପି ଏସ ସୁଶ୍ରୀ ଏବଂ ଜିଲ୍ଲାର ବରିଷ୍ଠ ଅଧିକାରୀମାନଙ୍କ ସହ ଜିଲ୍ଲାର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ ଏବଂ ଅପରାଧୀମାନଙ୍କର ଗତିବିଧି ଅନୁଧ୍ୟାନ ପାଇଁ ବାରିପଦା ସହରରେ ସିସିଟିଭି କ୍ୟାମେରା ସିଷ୍ଟମକୁ ଉଦଘାଟନ କରିଥିଲେ ପୂର୍ବାଞ୍ଚଳ ଡିଆଇଜି ସତ୍ୟଜିତ ନାଏକ।

ବାରିପଦା ସହରରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଥିବା ବରିଷ୍ଠ ନାଗରିକ ରାମଚନ୍ଦ୍ର ଦାସଙ୍କୁ ପୂର୍ବାଞ୍ଚଳ ଡିଆଇଜି ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଭଞ୍ଜପୁର ଥାନା ନିକଟରେ ଏକ ଆଇପିଏସ ଗେଷ୍ଟ ହାଉସକୁ ସେ ଲୋକାର୍ପଣ କରିଥିଲେ।

Tags: #Mayurbhanj #EasternRangeDIGSatyajitNaik #CCtvSystem #Baripada

LEAVE A REPLY

Please enter your comment!
Please enter your name here