ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଅବିଭକ୍ତ କୋରାପୁଟ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି। ୩ ଦଫା ଦାବିରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାରେ ବନ୍ଦ ଡାକରା ଦେଇଛି ମିଳିତ କ୍ରିୟାନୁଷ୍ଠାନ କମିଟି। ଏହା ପ୍ରଭାବରେ ଜିଲ୍ଲାଗୁଡ଼ିକରେ ଦୋକାନ ବଜାର ତଥା ଗାଡ଼ି ଚଳାଚଳ ବନ୍ଦ ରହିଛି। ଶୁକ୍ରବାର ସନ୍ଧ୍ୟା ୬ଟା ଯାଏଁ ବନ୍ଦ ପାଳନ ହେବ।  

କନିଷ୍ଠ ଶିକ୍ଷକ ପଦବୀ ଜିଲ୍ଲା ଭିତ୍ତିକ ନିଯୁକ୍ତି କରିବା, ପେଶା ଆଇନ ଲାଗୁ କରିବା ଏବଂ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦବୀଗୁଡ଼ିକୁ ଜିଲ୍ଲା ଭିତ୍ତିକ କରିବା ଦାବିରେ ବନ୍ଦ ପାଳନ ହେଉଛି।

ମିଳିତ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ଏହି ବନ୍ଦ ଡାକରାକୁ ଯୁବ କଂଗ୍ରେସ, ଘରୋଇ ବସ ମାଲିକ ସଂଘ, ଲରି ଆସୋସିଏସନ, ଡ୍ରାଇଭର ସଂଘ ଓ ଜିଲ୍ଲାଗୁଡ଼ିକର ଓକିଲ ସଂଘ ସମର୍ଥନ ଦେଇଛନ୍ତି।

ତେବେ ଏହି ସମୟରେ ଜରୁରୀକାଳୀନ ସେବାଗୁଡ଼ିକୁ ବ୍ୟାହତ କରାଯିବ ନାହିଁ ବୋଲି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୁହାଯାଇଛି।

Tags: #Strike #UndevidedKoraputDistrict #Odisha

LEAVE A REPLY

Please enter your comment!
Please enter your name here