ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲାରେ ନିର୍ବାଚନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ଲାଗି ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସାଏଙ୍କ ତତ୍ତ୍ଵାବଧାନରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମତଦାନ କେନ୍ଦ୍ରଗୁଡ଼ିକର ପୁନଃ ନାମକରଣ, ସ୍ଥାନାନ୍ତରଣ ଏବଂ ନୂତନ ମତଦାନ କେନ୍ଦ୍ରର ସଂଯୋଗ କରିବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ବାରିପଦା ନିର୍ବାଚନ ମଣ୍ଡଳୀରେ ଗୋଟିଏ ନୂତନ ମତଦାନ କେନ୍ଦ୍ର ସଂଯୋଗ କରାଯାଇଥିବା ବେଳେ ମୋଟ ମତଦାନ କେନ୍ଦ୍ର ସଂଖ୍ୟା ୨୫୫କୁ ବୃଦ୍ଧି ପାଇଛି। ସେହିପରି କରଞ୍ଜିଆ ନିର୍ବାଚନ ମଣ୍ଡଳୀରେ ଦୁଇଟି ବୁଥ ସଂଖ୍ୟା ବଢ଼ିଛି। କରଞ୍ଜିଆ ନିର୍ବାଚନ ମଣ୍ଡଳୀରେ ବୁଥ ସଂଖ୍ୟା ୨୪୩କୁ ବୃଦ୍ଧି ପାଇଛି। ସେହିପରି ଯଶୀପୁରରେ ଗୋଟିଏ ନୂତନ ବୁଥ ଯୋଡ଼ା ଯାଇଛି। ବର୍ତ୍ତମାନ ଯଶୀପୁରର ବୁଥ ସଂଖ୍ୟା ୨୯୩କୁ ବୃଦ୍ଧି ପାଇଛି। ଏ ନେଇ ବୈଠକ ପରେ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ହେମକାନ୍ତ ସାଏ।

ଭୋଟରଙ୍କ ସୁବିଧା ଦୃଷ୍ଟିରୁ ବାରିପଦା ନିର୍ବାଚନ ମଣ୍ଡଳୀରେ ୫ଟି ମତଦାନ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ସେହିପରି ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀରେ ଗୋଟିଏ ମତଦାନ କେନ୍ଦ୍ର ସ୍ଥାନାନ୍ତର କରାଯାଇଛି।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ବୈଠକରେ ଅଧ୍ୟକ୍ଷତାରେ କରିଥିବାବେଳେ ଅତିରିକ୍ତ ଜିଲ୍ଲାପାଳ ଦୌଲତ ଚନ୍ଦ୍ରକାର ଏହାକୁ ପରିଚାଳନା କରିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବାରିପଦା ଉପଜିଲ୍ଲାପାଳ ଈଶ୍ଵର ଚନ୍ଦ୍ର ନାଏକ, ଉପଜିଲ୍ଲାପାଳ ଦୁର୍ଗାଚରଣ ମୁର୍ମୁ, ସହକାରୀ ଜିଲ୍ଲାପାଳ ନିହାର ରଞ୍ଜନ ଦାସ ଏବଂ ବିଭିନ୍ନ ରାଜନୈତକ ଦଳର ପ୍ରତିନିଧି ଓ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ।

Tags: #Election #ElectionBooth #NewBooth #Mayurbhanj #Odisha

Comment