ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵରରେ ଅନୁଷ୍ଠିତ ହୋଇଯାଇଛି କଳାକୁଞ୍ଜ ମହୋତ୍ସବ। ବୁଧବାର ଶ୍ରୀରାଧା କଳାକୁଞ୍ଜ ଟ୍ରଷ୍ଟ ପକ୍ଷରୁ ଭଞ୍ଜକଳା ମଣ୍ଡପରେ ଏହି ସମାରୋହ ଆୟୋଜିତ ହୋଇଥିଲା। ଓଡ଼ିଶୀ ସଙ୍ଗୀତ ଓ ନୃତ୍ୟକୁ ଲୋକଭିମୁଖୀ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ଵାଇଁ, ବିଶିଷ୍ଟ ଓଡ଼ିଶୀ ନୃତ୍ୟ ଗୁରୁ ଡକ୍ଟର ମନୋରଞ୍ଜନ ପ୍ରଧାନ ଓ ମିନତି ପ୍ରଧାନ ଏଠାରେ ଅତିଥି ଭାବେ ଯୋଗ ଦେଇ ସମାରୋହକୁ ଉଦଘାଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ନୃତ୍ୟଶିଳ୍ପୀ ଡକ୍ଟର ସ୍ନେହାପ୍ରଭା ସାମନ୍ତରାୟଙ୍କୁ କଳାକୁଞ୍ଜ ନୃତ୍ୟଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହାସହ ବିଶିଷ୍ଟ ଗାୟିକା ଡକ୍ଟର ସଙ୍ଗୀତା ଗୋସାଇଁଙ୍କୁ କଳାକୁଞ୍ଜ ଗାୟକଶ୍ରୀ ଏବଂ ଗୁରୁ ପ୍ରଫୁଲ୍ଲ କୁମାର ବଳଙ୍କୁ କଳାକୁଞ୍ଜ ବାଦ୍ୟଶ୍ରୀ ସମ୍ମାନ ମିଳିଥିଲା।

ଏହି ଅବସରରେ ଶ୍ରୀରାଧା କଳାକୁଞ୍ଜ ଟ୍ରଷ୍ଟ ଛାତ୍ରଛାତ୍ରୀମାନେ ସାଂସ୍କୃତିକ ନୃତ୍ୟ ପରିବେଷଣ କରିଥିଲେ। ଅଷ୍ଟଲକ୍ଷ୍ମୀ ବନ୍ଦନା, ପଞ୍ଚଦେବ ସ୍ତୃତି, ବସନ୍ତ ପଲ୍ଲବୀ ସହ ତବଲା ବାଦନ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା। ଏହାକୁ ଅତିଥିମାନେ ଖୁବ୍ ପ୍ରଶଂସା କରିଥିଲେ।

ଏହି ସମାରୋହରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ ଦୁର୍ଗାଚରଣ ରଣବୀର, ଜ୍ଞାନାନନ୍ଦ ସାଗର, ପ୍ରସିଦ୍ଧ ମର୍ଦ୍ଦନ ଗୁରୁ ଧନେଶ୍ଵର ସ୍ଵାଇଁ ଏବଂ ମ୍ୟାଗନମ ସି ଫୁଡ୍ ଲିମିଟେଡର ନିର୍ଦ୍ଦେଶିକା ଡକ୍ଟର ଗୀତାରାଣୀ ପାଢ଼ୀ ପ୍ରମୁଖ ଯୋଗ ଦେଇଥିଲେ।

Tags: #KalakunjaMohatsav #CulturalProgramme #SriRadhaKalakunjaTrust #Bhubaneswar

LEAVE A REPLY

Please enter your comment!
Please enter your name here