ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସ (ଓସିଏସ) ପରୀକ୍ଷା ଫଳ। ୨୦୨୨ ମସିହା ଓସିଏସ ପରୀକ୍ଷାରେ ଟପ୍ପର ହୋଇଛନ୍ତି ଶ୍ଵେତାଶ୍ରୀ ମହାପାତ୍ର। ଶନିବାର ଦିନ ପ୍ରକାଶିତ ଓସିଏସ ଫଳାଫଳରେ ବାଜି ମାରିଛନ୍ତି ଝିଅ। ଟପ୍ ୧୦ ତାଲିକାରେ ୫ ଜଣ ଝିଅ ଓ ୫ ଜଣ ପୁଅ ରହିଛନ୍ତି।

ଏହି ପରୀକ୍ଷାରେ ମୋଟ ୬୮୩ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ମୋଟ ୨୫୮ ଜଣ ଝିଅ ରହିଛନ୍ତି।

ଓସିଏସ ପରୀକ୍ଷା ୨୦୨୨ରେ ଶ୍ଵେତାଶ୍ରୀ ମହାପାତ୍ର ପ୍ରଥମ ସ୍ଥାନରେ ରହିଥିବାବେଳେ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି ପିଙ୍କିଲ ପ୍ରରବିନ ପରିଡ଼ା। ସେହିପରି ତୃତୀୟ ସ୍ଥାନରେ ଦୀପ୍ତି ରଞ୍ଜନ ପତି ରହିଥିବାବେଳେ, ଚତୁର୍ଥରେ ପ୍ରଜ୍ଞା ପାରାଙ୍ଗମା, ପଞ୍ଚମରେ ଆଜାଦ କୁମାର ସାହୁ, ଷଷ୍ଠ ସ୍ଥାନରେ ଦୀପାମ ରାଉତ, ସପ୍ତମରେ ଦେବବ୍ରତ ଗୌଡ଼, ଅଷ୍ଟମରେ ଆଦିତ୍ୟ ଦୀପଙ୍କର ଷଡ଼ଙ୍ଗୀ, ନବମରେ କପିଲ କୁମାର ମହାନ୍ତି ଓ ଚତୁର୍ଥ ସ୍ଥାନରେ ରହିଛନ୍ତି ଅମ୍ରିତା ସାହୁ।

ଓସିଏସ ପରୀକ୍ଷାରେ ସଫଳତା ପାଇଥିବା ପ୍ରାର୍ଥୀମାନଙ୍କ ତାଲିକା ଓପିଏସସି ଅଫିସିଆଲ୍ ୱେବସାଇଟରେ ଉପଲବ୍ଧ ରହିଛି। ପରୀକ୍ଷାର୍ଥୀମାନେ ଏହି ୱେବସାଇଟକୁ ଯାଇ ନିଜର ଫଳାଫଳ ଜାଣିପାରିବେ।

Tags: #OdishaCivilService #Exam #Results #Topper #TejaswiniBehera #OCSExam

Comment