ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା ‘ଦାନା’। ଅକ୍ଟୋବର ୨୪ ତାରିଖ ରାତିରେ କିମ୍ବା ୨୫ ତାରିଖ ସକାଳ ବେଳକୁ ଏହା ଭୀଷଣ ବାତ୍ୟାର ରୂପ ନେଇ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି।

ବାତ୍ୟା ସମ୍ପର୍କିତ ଖବରକୁ ନେଇ ଓଡ଼ିଶାଲାଇଭ୍‌ର ନ୍ୟୁଜ ପୋର୍ଟାଲରେ ପ୍ରତି ଦୁଇ ଘଣ୍ଟା ବ୍ୟବଧାନରେ ଟିକିନିଖି ଅପଡେଟ୍ ଦିଆଯିବ।

ବୁଧବାର ରାତି ୮ଟା ସୁଦ୍ଧା ବାତ୍ୟା ଅପଡେଟ୍‌

  • ସମ୍ଭାବ୍ୟ ବାତ୍ୟା ପାଇଁ ଅକ୍ଟୋବର ୨୪ ଓ ୨୫ ତାରିଖ ହବିଷ୍ୟାଳୀ ଏବଂ ସାଧାରଣ ଭକ୍ତଙ୍କୁ ମହାପ୍ରଭୁଙ୍କ ଦର୍ଶନ ଲାଗି ଶ୍ରୀମନ୍ଦିର ନଆସିବା ଲାଗି ପରାମର୍ଶ ଦେଲେ ପୁରୀ ଜିଲ୍ଲାପାଳ
  • ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ହବିଷ୍ୟାଳୀଙ୍କ ରହଣୀ କେନ୍ଦ୍ରରେ ବ୍ୟାପକ ବ୍ୟବସ୍ଥା
  • ବାତ୍ୟା ଯୋଗୁଁ କେନ୍ଦ୍ରାପଡ଼ା, ବାଲେଶ୍ଵର ଓ ଭଦ୍ରକ ବେଶି ପ୍ରଭାବିତ ହେବାର ଆଶଙ୍କା
  • ସମ୍ଭାବ୍ୟ ବାତ୍ୟା ପାଇଁ ଅକ୍ଟୋବର ୨୪ ଓ ୨୫ ଦୁଇଦିନ ବନ୍ଦ ରହିବ ଓଡ଼ିଶା ହାଇକୋର୍ଟ
  • ଧାମରାକୁ ୧୦ ନମ୍ବର ବିପଦ ସଙ୍କେତ ଜାରି
  • ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ବାତ୍ୟା ପାଇଁ ଅକ୍ଟୋବର ୨୪ ଓ ୨୫ରେ ବନ୍ଦ ରହିବ ସଂଗ୍ରାହାଳୟ, ଅଭିଲେଖାଗାର, ଷ୍ଟେଟ ଲାଇବ୍ରେରୀ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନ ବିଶ୍ଵବିଦ୍ୟାଳୟ

ରବୀନ୍ଦ୍ର ମଣ୍ଡପ, ଭଞ୍ଜକଳା ମଣ୍ଡପ ଓ ଉତ୍କଳ ମଣ୍ଡପ ବନ୍ଦ ରହିବରବୀନ୍ଦ୍ର ମଣ୍ଡପ, ଭଞ୍ଜକଳା ମଣ୍ଡପ ଓ ଉତ୍କଳ ମଣ୍ଡପ ବନ୍ଦ ରହିବ

ବୁଧବାର ସନ୍ଧ୍ୟା ୬ଟା ସୁଦ୍ଧା ବାତ୍ୟା ଅପଡେଟ୍‌

  • ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ ଗତି କରୁଛି ବାତ୍ୟା ‘ଦାନା’
  • ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଭୁବନେଶ୍ଵର ମହାନଗର ନିଗମର ପ୍ରସ୍ତୁତି। ଜାରି ହେଲା ହେଲପଲାଇନ୍ ନମ୍ବର ୧୯୨୯
  • ପାରାଦୀପଠାରୁ ୪୬୦ କିଲୋମିଟର ଓ ଧାମରାଠାରୁ ୪୯୦ କିଲୋମିଟର ଦୂରରେ ରହିଛି ବାତ୍ୟା ‘ଦାନା’
  • ପୁରୀ ଓ ପାରଦୀପ ବନ୍ଦରୁ ଜାରି ହେଲା ୧୦ ନମ୍ବର ବିପଦ ସଙ୍କେତ। ଗୋପାଳପୁର ବନ୍ଦରକୁ ୮ ନମ୍ବର ବିପଦ ସଙ୍କେତ ଜାରି
  • ସମ୍ଭାବ୍ୟ ବାତ୍ୟା ସମୟରେ ପଶୁଙ୍କ ଖାଦ୍ୟ ଓ ସୁରକ୍ଷା ଲାଗି ଟୋଲଫ୍ରି ନମ୍ବର୧୯୬୨
  • ସାଢ଼େ ୫ ହଜାରରୁ ଅଧିକ ରିଲିଫ ସେଣ୍ଟର ପ୍ରସ୍ତୁତ ରହିଛି – ମନ୍ତ୍ରୀ ସୁରେଶ ପୂଜାରୀ
  • ରିଲିଫ ସେଣ୍ଟଗୁଡ଼ିକରେ ରନ୍ଧା ଖାଦ୍ୟ, ଔଷଧ ଓ ଶିଶୁଖାଦ୍ୟ ଉପଲବ୍ଧ ରହିବ
  • ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି ରାଜ୍ୟ ସରକାର

ବୁଧବାର ଦିନ ୩ଟା ସୁଦ୍ଧା ବାତ୍ୟା ଅପଡେଟ୍‌

  • ବୁଧବାର ରାତି କିମ୍ବା ଗୁରୁବାର ସକାଳ ମଧ୍ୟରେ ଭୀଷଣ ବାତ୍ୟାର ରୂପ ନେବ ‘ଦାନା’ – ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର
  • ବାତ୍ୟା ପାଇଁ ଅକ୍ଟୋବର ୨୪ ଓ ୨୫ ତାରିଖ ବନ୍ଦ ରହିବ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ
  • ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ବାତ୍ୟା ଯୋଗୁଁ ବେଶି ପ୍ରଭାବିତ ହେବ
  • ପୁରୀ, ଖୋର୍ଦ୍ଧା ଏବଂ କଟକ ଉପରେ ବି ପଡ଼ିବ ବାତ୍ୟା ପ୍ରଭାବ
  • ଭୀଷଣ ବାତ୍ୟା ପ୍ରଭାବରେ ସମୁଦ୍ରରେ ଆସିବ ଜୁଆର
  • ବାତ୍ୟା ପାଇଁ ସଜାଗ ରହିବାକୁ ପାଣିପାଗ କେନ୍ଦ୍ରର ପରାମର୍ଶ
  • ବାତ୍ୟା ପାଇଁ ଓଏଏସ ପ୍ରିଲିମ ପରୀକ୍ଷା ସ୍ଥଗିତ। ଅକ୍ଟୋବର ୨୭ରେ ହେଇଥାନ୍ତା ପରୀକ୍ଷା
  • ଭଦ୍ରକ ଓ କେନ୍ଦ୍ରପଡ଼ାର କିଛି ଅଞ୍ଚଳରେ ବାତ୍ୟାର ବାହ୍ୟବଳୟ ସ୍ପର୍ଶ କରିଛି। ସୂଚନା ଦେଲେ ପାଣିପାଗ ବିଜ୍ଞାନୀ

ବୁଧବାର ଦିନ ୧ଟା ସୁଦ୍ଧା ବାତ୍ୟା ଅପଡେଟ୍‌

  • ଭିତରକନିକାରୁ ଧାମରା ମଧ୍ୟରେ ସ୍ଥଳ ଭାଗ ଛୁଇଁବ ବାତ୍ୟା ‘ଦାନା’। ସୂଚନା ଦେଲେ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ
  • ସମ୍ଭାବ୍ୟ ବାତ୍ୟାକୁ ନେଇ ପୁରୀ, ଧାମରା ଓ ପାରାଦୀପ ବନ୍ଦରକୁ ୪ ନମ୍ବର ବିପଦ ସଙ୍କେତ ଜାରି
  • ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ହେବାକୁ ଥିବା ୧୪ ଜିଲ୍ଲାରେ ୫୧ ଓଡ୍ରାଫ୍ ଟିମ୍, ୧୭୮ଟି ଅଗ୍ନିଶମ ବାହିନୀ ଟିମ୍ ଓ ୨୦ ଏନଡିଆରଏଫ ଟିମ୍ ମୁତୟନ
  • ଏନଡିଆରଏଫ ଟିମ, ୧୫୦ କର୍ମଚାରୀଙ୍କ ସହ ଭୁବନେଶ୍ଵରରେ ପହଞ୍ଚିଲା ରିଲିଫ ସାମଗ୍ରୀ
  • ଆଜି ସନ୍ଧ୍ୟାରୁ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • କେନ୍ଦ୍ରାପଡ଼ା, ଭଦ୍ରକ, ପାରାଦୀପ ଓ ଧାମରା ଅଞ୍ଚଳରେ ପାଗ ବଦଳି ଆରମ୍ଭ ହେଲା ବର୍ଷା
  • ଭୟଭୀତ ନହୋଇ ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନର ପରାମର୍ଶ
  • ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି

ବୁଧବାର ସକାଳ ୧୧ଟା ସୁଦ୍ଧା ବାତ୍ୟା ଅପଡେଟ୍‌

  • ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ବୁଧବାର ସକାଳେ ବାତ୍ୟାରେ ପରିଣତ ହୋଇଛି
  • ଏହା ପାରାଦୀପରୁ ୫୬୦ କିଲୋମିଟର ଦକ୍ଷିଣ-ପୂର୍ବରେ ସମୁଦ୍ରରେ କେନ୍ଦ୍ରୀଭୂତ ରହିଛି
  • ବାତ୍ୟା ‘ଦାନା’ ୧୮ କିଲୋମିଟର ବେଗରେ ଆଗକୁ ବଢୁଛି
  • ଏହା ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳେ ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି
  • ଏହା କ୍ରମଶଃ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଅକ୍ଟୋବର ୨୪ ରାତିରେ କିମ୍ବା ୨୫ ତାରିଖ ସକାଳେ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି
  • ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ କରିବା ସମୟରେ ପବନର ବେଗ ୧୦୦ରୁ ୧୨୦ କିଲୋମିଟର ଯାଏଁ ରହିପାରେ
  • ବାତ୍ୟା ପାଇଁ ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ ଓ ଯାଜପୁର ଜିଲ୍ଲାକୁ ରେଡ୍ ଆଲର୍ଟ
  • ଅକ୍ଟୋବର ୨୩ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବ
  • ବର୍ଷା ପାଇଁ ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ ଓ ଯାଜପୁର ଜିଲ୍ଲାକୁ ରେଡ ୱାର୍ଣ୍ଣିଂ
  • ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ଼, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର ଜିଲ୍ଲାକୁ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ
  • ବାତ୍ୟା ପାଇଁ ସମୁଦ୍ର କୂଳିଆ ଲୋକଙ୍କୁ ପ୍ରଶାସନ ପକ୍ଷରୁ ସଚେତନ କରାଯାଉଛି। ସମୁଦ୍ରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି
  • ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟର ସବୁ ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛିତ

Tags: #Cyclone #Depression #Rainfall #IMD #MCBBSR #Odisha #CycloneUpdates

Comment