ଓଡ଼ିଶାଲାଇଭ୍ ବ୍ୟୁରୋ

“ଓଡ଼ିଶାକୁ ଆସୁଛି ଆଉ ଏକ ବାତ୍ୟା ‘ଦାନା’। ପୂର୍ବରୁ ଆମେ ଅନେକ ବାତ୍ୟା ଦେଖିଛେ ଏବଂ ସଫଳତାର ସହ ତା’ର ମୁକାବିଲା କରିଛେ। ଆସିବାକୁ ଥିବା ବାତ୍ୟାକୁ ନେଇ କେହି ଭୟଭୀତ ହୁଅନ୍ତୁ ନାହିଁ, ସଜାଗ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ”, କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ।

ଅକ୍ଟୋବର ୨୪ ରାତି କିମ୍ବା ୨୫ ତାରିଖ ସକାଳେ ବାତ୍ୟା ‘ଦାନା’ ଭିତରକନିକା ଏବଂ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି। ସମ୍ଭାବ୍ୟ ବାତ୍ୟାର ମୁକାବିଲା ଲାଗି ସମସ୍ତେ ପ୍ରସ୍ତୁତ ରହିଛନ୍ତି।

ଏହି ସମୟରେ ଭୟଭୀତ ନହୋଇ ସଜାଗ ରହିବା ସହ ବାତ୍ୟାର ମୁକାବିଲା କରିବା ପାଇଁ ପ୍ରଶାସନକୁ ପୂର୍ଣ୍ଣ ସହଯୋଗ କରିବାକୁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ନବୀନ ପଟ୍ଟନାୟକ। ଦେଖନ୍ତୁ ଭିଡିଓ।

Tags: #Cyclone #Depression #NaveenPatnaik #VegetableRate #Rainfall #IMD #MCBBSR #Odisha #CycloneUpdates

Comment