ଓଡ଼ିଶାଲାଇଭ୍ ବ୍ୟୁରୋ

ଭୀଷଣ ବାତ୍ୟାର ରୂପ ନେଇ ଓଡ଼ିଶା ଉପକୂଳ ମୁହାଁ ହୋଇଛି ବାତ୍ୟା ‘ଦାନା’। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଗୁରୁବାର ରାତିରେ ବାତ୍ୟା ‘ଦାନ’ ରାଜନଗର ଓ ଚାନ୍ଦବାଲି ଭିତରେ ଲ୍ୟାଣ୍ଡଫଲ୍ କରିବ ବୋଲି ପାଣିପାଗ ବିଶେଷଜ୍ଞ ତଥା ସୋଆ ବିଶ୍ୱବିଦ୍ୟାଳୟର ପରିବେଶ ଓ ଜଳବାୟୁ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି।

ବାତ୍ୟା ‘ଦାନା’ ପାରାଦୀପଠାରୁ ୧୧୦ କିଲୋମିଟର ଓ ଧାମରାଠାରୁ ୧୮୦ କିଲୋମିଟର ଦକ୍ଷିଣ-ପୂର୍ବରେ ସମୁଦ୍ରରେ କେନ୍ଦ୍ରୀଭୂତ ରହିଛି। ଏହା ୧୦ କିଲୋମିଟର ବେଗରେ ଆଗକୁ ବଢୁଛି।

ଗୁରୁବାର ବିଳମ୍ବିତ ରାତିରୁ ରାଜନଗର ଓ ଚାନ୍ଦବାଲି ମଧ୍ୟରେ ‘ଦାନା’ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି। ଲ୍ୟାଣ୍ଡଫଲ କରିବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୨୦ ମିଟର ରହିବା ନେଇ ଆକଳନ କରାଯାଇଛି।

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଉପକୂଳ ଓଡ଼ିଶାରେ ଧୀରେ ଧୀରେ ବର୍ଷା ବଢ଼ିବା ସହ ସମୁଦ୍ର ଅଶାନ୍ତି ହୋଇଛି।

Tags: #Cyclone #Depression #Rainfall #IMD #MCBBSR #Odisha #CycloneUpdates

Comment