ଓଡ଼ିଶାଲାଇଭ୍ ବ୍ୟୁରୋ
ବାତ୍ୟା ‘ଦାନା’ ଓଡ଼ିଶାର ଭିତରକନିକା ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି। ଏହାର ମୁକାବିଲା ପାଇଁ ଭଦ୍ରକ ଜିଲ୍ଲାରେ ବିଶେଷ ପଦକ୍ଷେପ ନିଆଯାଇଛି। ବାତ୍ୟା ପାଇଁ ଜିଲ୍ଲାର ଉପକୂଳବର୍ତ୍ତୀ ଓ ଅନ୍ୟାନ୍ୟ ଅଞ୍ଚଳରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଛି। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବରିଷ୍ଠ ପ୍ରଶାସନିକ ଅଧିକାରୀ ତ୍ରିଲୋଚନ ମାଝୀ ଓ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଭଦ୍ରକରେ ବିଭିନ୍ନ ବ୍ୟବସ୍ଥାକୁ ତଦାରଖ କରୁଛନ୍ତି।
ଭଦ୍ରକରେ ବାତ୍ୟା ‘ଦାନା’ ପାଇଁ ମୋଟ ୫୭୭ଟି ବାତ୍ୟା ଆଶ୍ରୟସ୍ଥଳୀର ବ୍ୟବସ୍ଥା କରାଯାଇଛି। ଏବେ ସୁଦ୍ଧା ୩୬ ହଜାର ୨୭୭ ଜଣ ଲୋକଙ୍କୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଭଦ୍ରକ ଜିଲ୍ଲା ଧାମରାରେ ବାତ୍ୟା ସ୍ଥଳଭାଗ ଛୁଇଁବାର ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଥିବାରୁ ଚାନ୍ଦବାଲି, ଧାମରା, ବାସୁଦେବପୁର ବ୍ଲକରେ ଲୋକଙ୍କ ସୁରକ୍ଷା ପାଇଁ ବିଶେଷ ଗୁରୁତ୍ଵ ଦିଆଯାଉଛି।
ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଗୁରୁବାର ବାସୁଦେବପୁର, ଧାମରା ଓ ଚାନ୍ଦବାଲି ଅଞ୍ଚଳରେ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେଠାରେ ସେ ଲୋକଙ୍କ ପାଇଁ ଖାଦ୍ୟ, ପାନୀୟ, ଔଷଧ, ଶିଶୁ ଆଦିର ବ୍ୟବସ୍ଥା ବିଷୟରେ ବୁଝିବା ସହ ଲୋକଙ୍କ ସମସ୍ୟା ଶୁଣିଥିଲେ।
ଭଦ୍ରକ ଜିଲ୍ଲାରେ ସବୁ ବିଭାଗର ସମନ୍ୱୟ ରକ୍ଷା କରି ଏହି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ଦିଗରେ ଗୁରୁତ୍ଵ ଦିଆଯାଉଛି। ବାତ୍ୟାକୁ ଦୃଷ୍ଟିରେ ରଖି ଉଦ୍ଧାର କାର୍ଯ୍ୟ ପାଇଁ ଏକାଧିକ ଏନଡିଆରଏଫ, ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀର ଟିମ୍ ନିୟୋଜିତ ହୋଇଛନ୍ତି।
Tags: #CycloneDana #Rainfall #Bhadrak #IMD #Odisha #CycloneUpdates