ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଉପକୂଳକୁ ଛୁଇଁଛି ଭୀଷଣ ବାତ୍ୟା ‘ଦାନା’। ଏବେ ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରବାର ରାତି ୧୨ଟା ୫ରୁ ଭିତରକନିକା ଓ ଧାମରା ଅଞ୍ଚଳରେ ବାତ୍ୟାଟି ଲ୍ୟାଣ୍ଡଫଲ୍ କରୁଛି। ଏହା ଶୁକ୍ରବାର ସକାଳ ଯାଏଁ ଚାଲିବ। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ଲ୍ୟାଣ୍ଡଫଲ୍ ସମୟରେ ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ବାଲେଶ୍ଵର ଭଳି ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷା ସହ ପବନର ବେଗ ଅଧିକ ରହିବ। କିଛି ସ୍ଥାନରେ ୧୦୦ରୁ ୧୨୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏହାସହ ସମୁଦ୍ରରେ ବଡ଼ ବଡ଼ ଜୁଆର ମଧ୍ୟ ଆସିପରେ।
ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଭୀଷଣ ବାତ୍ୟା ‘ଦାନା’ ଏବେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ରହିଛି। ଏହାର ମୁଖ୍ୟ ଅଂଶ ପାରାଦୀପରୁ ୫୦ କିଲୋମିଟର ଏବଂ ଧାମରାଠାରୁ ୪୦ କିଲୋମିଟର ଦକ୍ଷିଣ-ପୂର୍ବରେ କେନ୍ଦ୍ରୀଭୂତ ରହିଛି। ବାତ୍ୟାଟି ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଗତି କରୁଛି। ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପାଇଁ ୩ରୁ ୪ ଘଣ୍ଟା ସମୟ ଲାଗିବ।
Tags: #CycloneDana #Landfall #IMD #MCBBSR #Odisha #CycloneUpdates