ଓଡ଼ିଶାଲାଇଭ୍ ବ୍ୟୁରୋ

ଭୀଷଣ ରୂପ ନେଇ ଓଡ଼ିଶାକୁ ଆସିଥିବା ବାତ୍ୟା ‘ଦାନ’ ଚାଲିଗଲା। କିନ୍ତୁ ଉଜାଡ଼ି ଦେଲା ଲୋକଙ୍କ ଫସଲ। ବାତ୍ୟା ଯୋଗୁଁ ଅନେକ ଲୋକଙ୍କ ଭର ଭାଙ୍ଗିଗଲା ଏବଂ ଅଧିକାଂଶ ଗଛ କ୍ଷତିଗ୍ରସ୍ତ ହେଲା। ରାସ୍ତା ଉପରେ ଗଛ ପଡ଼ି ଯାତାୟତ ଭାଧାପ୍ରପ୍ତ ହେବା ସହ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଛି।

ବାତ୍ୟା ଯୋଗୁଁ ଉପୁଜିଥିବା ସ୍ଥିତି ଖୁବ ଶୀଘ୍ର ସ୍ଵାଭାବିକ ହେବ ବୋଲି କହିଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ।

ମନ୍ତ୍ରୀ କହିଛନ୍ତି ରାଜ୍ୟରେ ବନ୍ୟା ସ୍ଥିତି ନାହିଁ, କିନ୍ତୁ ବର୍ଷା ଚିନ୍ତା ବଢ଼ାଇଛି। ବାତ୍ୟା ଯୋଗୁଁ ବିଶେଷ କ୍ଷତି ହୋଇନାହିଁ। ମଣିଷ ଏବଂ ପଶୁପକ୍ଷୀ ସୁରକ୍ଷିତ ଅଛନ୍ତି। ଏହି ସମୟରେ ପ୍ରାୟ ୨,୨୦୦ ଗର୍ଭବତୀ  ସୁରକ୍ଷିତ ପ୍ରସବ କରିଛନ୍ତି।

କ୍ଷତିଗ୍ରସ୍ଥ ଲୋକଙ୍କୁ ଥଇଥାନା କରିବାକୁ ପଦକ୍ଷେପ ନିଆଯାଉଛି। ଶନିବାର ଦିନ ଏରିୟଲ ସର୍ଭେ କରାଯିବ। କୌଣସି କ୍ଷତିଗ୍ରସ୍ତ ଯେପରି ବାଦ ନପଡ଼ିବେ ସେଥିପ୍ରତି ଦୃଷ୍ଟି ଦେବାକୁ ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେ ଶ ଦିଆଯାଇଥିବା କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ।

ମନ୍ତ୍ରୀ ସୁରେଶ ପୂଜାରୀ ଆହୁରି କହିଛନ୍ତି, ବାତ୍ୟା ‘ଦାନା’ ପ୍ରଭାବରେ କେତେକ ଘର ଆଂଶିକ ଏବଂ ସମ୍ପୂର୍ଣ୍ଣ ଭାଙ୍ଗିଛି। ଦୁଇଟି ଟାଓ୍ଵାର ନଷ୍ଟ ହୋଇଛି। ସାପ କାମୁଡ଼ିବାରୁ ଗୋଟିଏ ଗାଈର ମୃତ୍ୟୁ ହୋଇଛି। ବାତ୍ୟା କ୍ଷୟକ୍ଷତିର ସର୍ଭେ ପାଇଁ କେନ୍ଦ୍ରରୁ ଟିମ୍ ଆସିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ବର୍ତ୍ତମାନ ସୁଦ୍ଧା ୨୨ ଲକ୍ଷ ଲୋକଙ୍କର ବିଜୁଳି ସଂଯୋଗ ସରିଛି ଶନିବାର ସନ୍ଧ୍ୟା ସୁଦ୍ଧା ବିଦ୍ୟୁତ୍ ସଂଯୋଗ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ୭ ଦିନ ପର୍ଯ୍ୟନ୍ତ ରିଲିଫ ସେଣ୍ଟରରେ ଲୋକଙ୍କ ରହିବା ଓ ଖାଇବା ଲାଗି ବ୍ୟବସ୍ଥା କରାଯାଇଛି। ପଶୁମାନଙ୍କର ଭ୍ୟାକ୍ସିନ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି ବୋଲି ରାଜସ୍ଵ ଓ ବିପର୍ଯ୍ୟ ପରିଚାଳନା ବିଭାଗ ମନ୍ତ୍ରୀ କହିଛନ୍ତି।

Tags: #Cyclone #Dana #CycloneImpact #MinisterSureshPujari #Restoration #Odisha

LEAVE A REPLY

Please enter your comment!
Please enter your name here