ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଏପ୍ରିଲ ମାସରୁ ଆରମ୍ଭ ହେବ ପାର୍ଟ ପ୍ଲଟ ପଞ୍ଜୀକରଣ। ଏନେଇ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଡ୍ରାଫ୍ଟ ପ୍ରସ୍ତୁତ କରାଯାଇ ରାଜସ୍ୱ ବିଭାଗକୁ ଦିଆଯାଇଛି। ବିଚାର ବିମର୍ଷ କରି ଏହାକୁ ଏପ୍ରିଲ ମାସରୁ କାର୍ଯ୍ୟକାରୀ କରାଯିବ। ସୋମବାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ଏନେଇ ସୂଚନା ଦେଇଛନ୍ତି।
“ଓଡ଼ିଶାରେ ପାର୍ଟ ପ୍ଲଟ୍ ବିକ୍ରି ସମସ୍ୟା ଯୋଗୁଁ ରାଜସ୍ଵ ହାନି ହେଉଛି। ପାର୍ଟ ପ୍ଲଟ୍ ବିକ୍ରି କିପରି ବିକ୍ରି ହେବ ସେ ନେଇ ଆଗକୁ ଗାଇଡଲାଇନ ଆସିବ। ଫଳରେ ୫୦୦୦ ସ୍କୋୟାର ଫୁଟ ଯାଏଁ ପ୍ଲଟ କିଣୁଥିବା ଲୋକେ ରାସ୍ତା ଓ ଆନୁଷଙ୍ଗିକ ସୁବିଧା ମଧ୍ୟ ପାଇପାରିବେ”, କହିଛନ୍ତି ସୁରେଶ ପୂଜାରୀ।
ପାର୍ଟ ପ୍ଲଟ ପଞ୍ଜୀକରଣ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଡ୍ରାଫ୍ଟକୁ ତର୍ଜମା କରାଯିବ। ଆବଶ୍ୟକ ପଡ଼ିଲେ ଏଥିରେ ଆଉ କିଛି ନିୟମାବଳି ଯୋଡ଼ାଯିବ। ଓରେରା ପକ୍ଷରୁ ମଧ୍ୟ ଏହି ଡ୍ରାଫ୍କୁ ଅଧ୍ୟୟନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
Tags: #PartPlotRegistration #RevenueDept #SureshPujari #Odisha













