ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସିଭିଲ୍ ସର୍ଭିସ (ଓସିଏସ) ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ଭଦ୍ରକର ଶ୍ୱେତାଶ୍ରୀ ମହାପାତ୍ର। ପ୍ରଥମ ଚେଷ୍ଟାରେ ତାଙ୍କୁ ଏହି ସଫଳତା ମିଳିଛି। ୨୦୨୨ ମସିହା ଓସିଏସ ପରୀକ୍ଷାରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଶ୍ୱେତାଶ୍ରୀ।

ପରୀକ୍ଷା ପୂର୍ବରୁ ଶ୍ୱେତାଶ୍ରୀ ଦିନକୁ ୭ରୁ ୮ ଘଣ୍ଟା ପ୍ରସ୍ତୁତି କରୁଥିଲେ। ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷା ଦେବା ପାଇଁ ଇଞ୍ଜିନିୟରିଂ ଚାକିରି ଛାଡ଼ି ଦେଇଥିଲେ ସେ। କଠିନ ପରିଶ୍ରମ ଏବଂ ଦୃଢ଼ ମନୋବଳ ନିଶ୍ଚୟ ସଫଳତା ଦେଇଥାଏ ବୋଲି ଶ୍ୱେତାଶ୍ରୀ କୁହନ୍ତି।

ପାଠପଢ଼ା ସହ ମାନସିକ ସ୍ଵାସ୍ଥ୍ୟର ଯନ୍ତ୍ର ନେବା ମଧ୍ୟ ଆବଶ୍ୟକ ବୋଲି ସେ କୁହନ୍ତି। ମହିଳା ଓ ଶିଶୁ ବିକାଶ କ୍ଷେତ୍ରରେ କାମ କରିବାକୁ ଶ୍ୱେତାଶ୍ରୀଙ୍କର ଲକ୍ଷ୍ୟ ରହିଛି।

ଶ୍ୱେତାଶ୍ରୀଙ୍କ ସଫଳତାର ମନ୍ତ୍ର ବିଷୟରେ ଜାଣିବା ପାଇଁ ଦେଖନ୍ତୁ ଭିଡିଓ।

 Tags: #SuccessStory #SwetashreeMohapatra #Topper #OAS #OCS #OPSC

Comment