ଓଡ଼ିଶାଲାଇଭ୍ ବ୍ୟୁରୋ

ଡୋମିନିକାର ସର୍ବୋଚ୍ଚ ନାଗରିକ ସମ୍ମାନ ପାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଡୋମିନିକା ସରକାର ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ନିଜ ଦେଶରେ ସର୍ବୋଚ୍ଚ ସମ୍ମାନ ‘ଦ ଡୋମିନିକା ଆୱାର୍ଡ ଅଫ୍‌ ଅନର’ ଦେବାକୁ ନିଷ୍ପତ୍ତି ନେଇଛନ୍ତି। କୋଭିଡ ସମୟରେ ବେଳେ ଭାରତର ସହଯୋଗ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଏହି ସମ୍ମାନ ମିଳିବ। ଏନେଇ ଡୋମିନିକା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏକ ବିବୃତ୍ତି ପ୍ରକାଶ ପାଇଛି।

ନଭେମ୍ବର ୧୯ରୁ ୨୨ ତାରିଖରେ ଗୁଏନାରେ ହେବାକୁ ଥିବା ଭାରତ-କାରିକୋମ୍ ସମିଟରେ ନରେନ୍ଦ୍ର ମୋଦୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ। ଡୋମିନିକାର ରାଷ୍ଟ୍ରପତି ସିଲବେନ ସିଲଭାନି ବର୍ଟନ୍ ପ୍ରଧାନମନ୍ତ୍ରୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରିବେ।

କୋଭିଡ ମହାମାରୀ ସମୟରେ ଭାରତରୁ ଡୋମିନିକାକୁ ମିଳିଥିବା ସହଯୋଗ ପାଇଁ ଏବଂ ଏହି ଦୁଇ ଦେଶ ମଧ୍ୟରେ ବଢୁଥିବା ସହଭାଗୀତାର ପ୍ରତୀକ ଭାବରେ ଏହି ପୁରସ୍କାର ପ୍ରଦାନ କରାଯାଉଥିବା ଡୋମିନିକାର ସରକାର କହିଛନ୍ତି।

୨୦୨୧ ମସିହା ଫେବ୍ରୁଆରି ମାସରେ କୋଭିଡ ମହାମାରୀର ମୁକାବିଲା ପାଇଁ ଡୋମିନିକାକୁ ୭୦ ହଜାର ଡୋଜ ‘କୋଭିସିଲ୍ଡ’ ଟିକା ପ୍ରଦାନ କରିଥିଲା ଭାରତ। ଭାରତର ‘ଭାକ୍ସିନ ମୈତ୍ରୀ’ ନୀତି ଅନୁଯାୟୀ ଏହି ଟିକା ଯୋଗାଣ କରାଯାଇଥିଲା।

Tags: #PMNarendraModi #TheDominicaOrderofHonour #HighestCivilianAward #Dominica

Comment