ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ୨୦୨୫ ଫେବ୍ରୁଆରି ୧୮ ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା। ଏହା ମାର୍ଚ୍ଚ ୨୭ ତାରିଖ ଯାଏଁ ଚାଲିବ। ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଭୋକେସନାଲ ବିଷୟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ବୁଧବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ପରୀକ୍ଷା ସୂଚୀ ଜାରି ହୋଇଛି।

ପରୀକ୍ଷାସୂଚୀ ଅନୁସାରେ ଫେବ୍ରୁଆରି ୧୮ ତାରିଖ ପ୍ରଥମ ଦିନରେ ଯୁକ୍ତ ୨ ବିଜ୍ଞାନର ଓଡ଼ିଆ ପେପର ରହିଛି। ଏହାପରେ ଫେବ୍ରୁଆରି ୧୯ ତାରିଖରେ ଯୁକ୍ତ ୨ କଳା ଓ ବଣିଜ୍ୟର ଓଡ଼ିଆ ପରୀକ୍ଷା ହେବ।

ସବୁ ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହୋଇ ଦିନ ୧ଟାରେ ଶେଷ ହେବ। କେବଳ ଭୋକେସନାଲ ବିଷୟର ପରୀକ୍ଷା ଅବଧି ୧୦ଟାରୁ ଦିନ ୧୨ଟା ୩୦ ଯାଏଁ ରହିବ। ଯୁକ୍ତ ୨ ଥିଓରି ପରୀକ୍ଷା ପୂର୍ବରୁ ଜାନୁଆରି ୨ରୁ ୧୨ ତାରିଖ ଯାଏଁ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ।

ଏବେ ଯୁକ୍ତ ୨ ବାର୍ଷିକ ପରୀକ୍ଷା ୨୦୨୫ ପାଇଁ ଫର୍ମ ଫିଲଅପ୍‌ ଜାରି ରହିଛି। ଏହା ନଭେମ୍ବର ୨୫ ତାରିଖ ଯାଏଁ ଜାରି ରହିବ। 

Tags: #PlusTwoExam #Science #Arts #Commerce #Education #CHSE #GovtofOdisha

LEAVE A REPLY

Please enter your comment!
Please enter your name here