ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଗୁରୁବାର ହୋଇଥିବା ଏହି ଏନକାଉଣ୍ଟରରେ ଜଣେ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ତେବେ ମାଓବାଦୀଙ୍କ ପାଲଟା ଗୁଳିରେ ଜଣେ ଯବାନ ଆହତ ହୋଇଛନ୍ତି। ଏବେ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି।

ଛତିଶଗଡ଼ରୁ ମାଓବାଦୀମାନେ ଏବେ ମାଲକାନଗିରି ଆସୁଥିବା ନେଇ ପୋଲିସକୁ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଥିଲା। ଯାହାକୁ ଆଧାର କରି ଓଡ଼ିଶା ପୋଲିସର ଏକ ଟିମ କୁମ୍ବିଂ ଅପରେସନ ଆରମ୍ଭ କରିଥିଲା।

ତେବେ ଗୁରୁବାର ସକାଳେ ମାଲକାନଗିରି ଏମଭି-୭୯ ଜିନ୍ଦଲଗୁଡ଼ା ନିକଟରେ ମାଓବାଦୀମାନେ ନଦୀ ପାର୍ ହୋଇ ଓଡ଼ିଶାରେ ପ୍ରବେଶ କରୁଥିବା ସମୟରେ ପୋଲିସ ସହ ମୁହାଁମୁହିଁ ‌ହୋଇଥିଲେ। ପୋଲିସଙ୍କୁ ଦେଖି ମାଓବାଦୀମାନେ ପ୍ରଥମେ ଗୁଳିଚାଳନା କରିଥିଲେ। ପରେ ପୋଲିସକର୍ମୀ ଏହାର ପାଲଟା ଜବାବ ଦେଇଥିଲେ। ଏଥିରେ ଜଣେ ମାଓବାଦୀ ନିହତ ହୋଇଥିବାବେଳେ ଅନ୍ୟମାନେ ଖସି ପଳାଇଥିଲେ।

ଏହି ଏନକାଉଣ୍ଟରରେ ମାଓବାଦୀଙ୍କ ପାଲଟା ଗୁଳିରେ ଜଣେ ସୁରକ୍ଷାକର୍ମୀ ମଧ୍ୟ ଗୁରୁତର ହୋଇଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ ମାଲକାନଗିରି ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପୋଲିସ ପକ୍ଷରୁ ନିହତ ହୋଇଥିବା ମାଓବାଦୀଙ୍କ ମୃତଦେହ ଠାବ କରାଯାଇଛି। ଏବେ ସମଗ୍ର ଅଞ୍ଚଳକୁ ସିଲ କରାଯାଇ ସର୍ଚ୍ଚ ଅପରେସନ ଜାରି ରଖାଯାଇଛି।  

Tags: #Police-MaoistEncounter #Maoists #Malkangiri #Odisha

LEAVE A REPLY

Please enter your comment!
Please enter your name here