ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲାରେ ଖରିଫ‌ ଧାନ ସଂଗ୍ରହ ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ କୃଷକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳ ହେମକାନ୍ତ ସାଏ ଏହି ସଚେତନତା ରଥର ଶୁଭାରମ୍ଭ କରିଛନ୍ତି।

କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ କୃଷ୍ଣଚନ୍ଦ୍ର ସେଠୀ ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ବାରିପଦାଠାରୁ ଦୁଇଟି ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୪ଟି ସବଡିଭିଜନରେ ମଧ୍ୟ ଏହି ସଚେତନତା ରଥ ଆରମ୍ଭ ହୋଇଛି।

ଧାନ ସଂଗ୍ରହ କାର୍ଯ୍ୟକ୍ରମ ସମାପ୍ତ ହେବ ପର୍ଯ୍ୟନ୍ତ ଏହି ସଚେତନତା ରଥ ନିରନ୍ତର ଚାଲିବା ସହ ଚାଷୀମାନଙ୍କୁ ସଚେତନ କରାଇବ। ନଭେମ୍ବର ୨୪ ତାରିଖରୁ ପର୍ଯ୍ୟାୟକ୍ରମେ ଜିଲ୍ଲାର ପଞ୍ଜୀକୃତ ଚାଷୀଙ୍କଠାରୁ ୧୦୩ଟି ମଣ୍ଡି ଓ ୫୨ଟି ଲ୍ୟାମ୍ପସ ମାଧ୍ୟମରେ ୧୪ ଲକ୍ଷ ୬୬ ହଜାର ୧୦୩ କୁଇଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ଧାନ ସଂଗ୍ରହ କାର୍ଯ୍ୟକୁ ସଫଳ କରାଇବା ପାଇଁ ପ୍ରତି ଆରଏମସିର ଅଧ୍ୟକ୍ଷମାନଙ୍କୁ ଗାଁ ଗାଁ ବୁଲି ଚାଷୀମାନଙ୍କୁ ଧାନର ଏଫଏକ୍ୟୁ ମାନ ସମ୍ପର୍କରେ ସଚେତନ କରିବେ। ମଣ୍ଡିକୁ ଧାନ ଆସିବାର ଯଥା ସମୟ ପୂର୍ବରୁ ଚାଷୀଙ୍କୁ ଟୋକେନ୍ ଦେବାର ବ୍ୟବସ୍ଥା କରିବା ଏବଂ କଳାବଜାରୀ ରୋକିବା ଲାଗି ଜିଲ୍ଲାପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Tags: #Mayurbhanj #FarmersAwarenessCampaign #PaddyCollection #MayurbhanjDistrictAdministration

LEAVE A REPLY

Please enter your comment!
Please enter your name here