ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ୩ଟି ପ୍ରମୁଖ ବିଶ୍ଵବିଦ୍ୟାଳୟରେ ବଢ଼ିଲା କୁଳପତିଙ୍କ କାର୍ଯ୍ୟକାଳ। ଉତ୍କଳ ବିଶ୍ୱବିଦ୍ୟାଳୟ, ରମାଦେବୀ ବିଶ୍ୱବିଦ୍ୟାଳୟ ଓ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ କାର୍ଯ୍ୟକାଳ ୬ ମାସ ବଢ଼ାଇଛନ୍ତି ରାଜ୍ୟପାଳ। ଏନେଇ ରାଜଭବନ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।

ଉତ୍କଳ ବିଶ୍ୱବିଦ୍ୟାଳୟ, ରମାଦେବୀ ବିଶ୍ୱବିଦ୍ୟାଳୟ ଓ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ କାର୍ଯ୍ୟକାଳ ନଭେମ୍ବର ମାସରେ ସରିବାର ଥିଲା। ତେବେ ନୂଆ କୁଳପତିଙ୍କ ଚୟନ ପାଇଁ ଏପର୍ଯ୍ୟନ୍ତ ଉଚ୍ଚଶିକ୍ଷା ବିଭାଗ ବିଜ୍ଞାପନ ଜାରି କରିନଥିବାରୁ ସେମାନଙ୍କ କାର୍ଯ୍ୟକାଳ ବଢ଼ାଯାଇଛି।

ରାଜଭବନ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ବର୍ତ୍ତମାନ ଏହି ବିଶ୍ଵବିଦ୍ୟାଳୟରେ କୁଳପତିଙ୍କ କାର୍ଯ୍ୟକାଳ ଆଉ  ୬ ମାସ ପର୍ଯ୍ୟନ୍ତ ତଥା ନୂଆ କୁଳପତି ଯୋଗଦେବା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ଏବେ ପ୍ରଫେସର ସବିତା ଆଚାର୍ଯ୍ୟ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ରହିଛନ୍ତି। ସେହିପରି ପ୍ରଫେସର ଅପରାଜିତା ଚୌଧୁରୀ ରମାଦେବୀ ବିଶ୍ୱବିଦ୍ୟାଳୟର କୁଳପତି ଥିବାବେଳେ ପ୍ରଫେସର ଏନ୍ ନାଗରାଜୁ ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଦାୟିତ୍ଵ ବହନ କରୁଛନ୍ତି।

Tags: #University #ViceChancellor #HigherEducation #GovernorofOdisha

LEAVE A REPLY

Please enter your comment!
Please enter your name here