ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଛି ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚ। ଅଷ୍ଟ୍ରେଲିଆର ପର୍ଥରେ ଖେଳାଯାଉଥିବା ଏହି ଟେଷ୍ଟରେ ନିଜର ସ୍ଥିତି ସୁଦୃଢ଼ କରିଛି ଟିମ୍ ଇଣ୍ଡିଆ। ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିବା ଟିମ୍ ଇଣ୍ଡିଆ ଦ୍ଵିତୀୟ ଇନିଂସରେ ୨୧୮ ରନ୍ ଲିଡ୍ ହାସଲ କରିଛି।   

ଭାରତ ପ୍ରଥମ ଇନିଂସରେ ୧୫୦ ରନ କରି ଅଲଆଉଟ୍ ହୋଇଥିଲା। ଏହାପରେ ଅଷ୍ଟ୍ରେଲିଆ ବ୍ୟାଟିଂ ଆରମ୍ଭ କରିଥିବାବେଳେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଦଳ ୬୭ ରନରେ ୭ ୱିକେଟ ହରାଇଥିଲା। ଶନିବାର ମ୍ୟାଚର ଦ୍ଵିତୀୟ ଦିନରେ ଦଳ ୧୦୪ ରନରେ ଅଲଆଉଟ୍ ହୋଇଥିଲା। ଭାରତୀୟ ଅଧିନାୟକ ଯଶପ୍ରିତ ବୁମରା ସର୍ବାଧିକ ୫ ୱିକେଟ୍ ହାସଲ କରିଥିବାବେଳେ ନିଜର ପ୍ରଥମ ମ୍ୟାଚ ଖେଳୁଥିବା ହର୍ଷିତ ରାଣା ୩ଟି ୱିକେଟ୍ ନେଇଥିଲେ। ଭାରତକୁ ୪୬ ରନର ଲିଡ୍ ମିଳିଥିଲା।

ଏହାପରେ ଭାରତୀୟ ଓପନର ଯଶସ୍ଵୀ ଜୟସ୍ଵାଲ୍ ଓ କେଏଲ୍ ରାହୁଲ ଦ୍ଵିତୀୟ ଇନିଂସରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲେ। ଆରମ୍ଭରୁ ସେମାନେ ଭଲ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗକୁ ବଢ଼ାଇଥିଲେ।

ଶନିବାର ଖେଳ ଶେଷ ସୁଦ୍ଧା ଭାରତର ସ୍କୋର ବିନା କୌଣସି ୱିକେଟରେ ୧୭୨ ରନ ହୋଇଛି। ଯଶସ୍ଵୀ ଜୟସ୍ଵାଲ୍ ୯୦ ରନ ଓ କେଏଲ୍ ରାହୁଲ ୬୨ ରନ କରି ଅପରାଜିତ ରହିଛନ୍ତି। ଏହାସହ ଦଳ ଦ୍ଵିତୀୟ ଇନିଂସରେ ୨୧୮ ରନରେ ଅଗ୍ରଣୀ ହୋଇଛି।

Tags: #Border-GavaskarTrophy #TestSeries #IndiavsAustralia #Perth #BCCI #Sports

LEAVE A REPLY

Please enter your comment!
Please enter your name here