ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟରେ ବିଜୟୀ ହୋଇଛି ଟିମ୍ ଇଣ୍ଡିଆ। ପର୍ଥରେ ଖେଳାଯାଇଥିବା ଏହି ଟେଷ୍ଟରେ ୨୯୫ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି ଭାରତ। ଏଥିସହ ଦଳ ଏହି ୫ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହୋଇଛି।
ଏହି ଟେଷ୍ଟରେ ଭାରତ ଟସ ଜିତି ବ୍ୟାଟିଂ କରିଥିବାବେଳେ ପ୍ରଥମ ଇନିଂସରେ ୧୫୦ ରନ କରି ଅଲଆଉଟ୍ ହୋଇଥିଲା। ଏହାପରେ ଅଷ୍ଟ୍ରେଲିଆ ମଧ୍ୟ ବ୍ୟାଟିଂ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରି ୧୦୪ ରନରେ ଅଲଆଉଟ୍ ହୋଇଥିଲା। ଏହି ଇନିଂସରେ ଭାରତୀୟ ଅଧିନାୟକ ଯଶପ୍ରିତ ବୁମରା ସର୍ବାଧିକ ୫ ୱିକେଟ୍ ହାସଲ କରିଥିବାବେଳେ ନିଜର ପ୍ରଥମ ମ୍ୟାଚ ଖେଳୁଥିବା ହର୍ଷିତ ରାଣା ୩ଟି ୱିକେଟ୍ ନେଇଥିଲେ। ଭାରତକୁ ୪୬ ରନର ଲିଡ୍ ମିଳିଥିଲା।
ଏହାପରେ ଭାରତୀୟ ଓପନର ଯଶସ୍ଵୀ ଜୟସ୍ଵାଲ୍ ଓ କେଏଲ୍ ରାହୁଲ ଦ୍ଵିତୀୟ ଇନିଂସରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲେ। ଆରମ୍ଭରୁ ସେମାନେ ଭଲ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗକୁ ବଢ଼ାଇଥିଲେ। ଦ୍ଵିତୀୟ ଇନିଂସରେ ଭାରତ ୬ ୱିକେଟ ବିନିମୟରେ ୪୮୭ ରନର ବିଶାଳ ସ୍କୋର ଠିଆ କରିଥିଲା। ଏଥିରେ ଯଶସ୍ଵୀ ଜୟସ୍ଵାଲ୍ ୧୬୧ ରନ ଓ ବିରାଟ କୋହଲୀ ୧୦୦ ରନର ଦମଦାର ଇନିଂସ୍ ଖେଳିଥିଲେ।
ତେବେ ଦ୍ଵିତୀୟ ଇନିଂସରେ ଅଷ୍ଟ୍ରେଲିଆକୁ ୫୩୪ ରନ ବିଜୟ ଲକ୍ଷ୍ୟ ମିଳିଥିଲା। ଏହାର ଜବାବରେ ଦଳ ୨୩୮ ରନରେ ଅଲଆଉଟ୍ ହୋଇଥିଲା। ଏହି ଇନିଂସରେ ଭାରତ ପକ୍ଷରୁ ଯଶପ୍ରିତ ବୁମରା ଓ ମହମ୍ମଦ ସିରାଜ ସର୍ବାଧିକ ୩ ଲେଖାଏଁ ୱିକେଟ୍ ନେଇଥିଲେ।
ଏବେ ଭାରତ ପ୍ରଥମ ଟେଷ୍ଟକୁ ଜିତି ସିରିଜରେ ୧-୦ରେ ଅଗ୍ରଣୀ ହୋଇଛି। ଏହାପରେ ଡିସେମ୍ବର ୬ ତାରିଖରେ ସିରିଜର ଦ୍ଵିତୀୟ ଟେଷ୍ଟ ଆଡିଲେଡରେ ଖେଳାଯିବ।
Tags: #Border-GavaskarTrophy #TestSeries #IndiavsAustralia #Perth #BCCI #Sports