ଓଡ଼ିଶାଲାଇଭ୍ ବ୍ୟୁରୋ

arrested

ଗିରଫ ହେଲେ କୋଟିପତି ଯନ୍ତ୍ରୀ ବିଶ୍ଵନାଥ ପାତ୍ର। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଜୟପୁର ବ୍ଲକ ଓ ପୌରପାଳିକାର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ଵନାଥ ପାତ୍ରଙ୍କୁ ବୁଧବାର ଦିନ ଗିରଫ କରିଛି ଭିଜିଲାନ୍ସ।

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ମଙ୍ଗଳବାର ଦିନ ବିଶ୍ୱନାଥ ପାତ୍ରଙ୍କ କୋରାପୁଟ ଜିଲ୍ଲା ଜୟପୁରସ୍ଥିତ ଘର, କାର୍ଯ୍ୟାଳୟ, ଗଞ୍ଜାମ ଓ ଭୁବନେଶ୍ୱରରେ ଥିବା ଘର ସମେତ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରିଥିଲେ ଭିଜିଲାନ୍ସ ଟିମ।  

ଜୟପୁରରେ ତିନି ମହଲା ବିଶିଷ୍ଟ କୋଠା ଓ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠାର କୋଳିସାହିରେ ଦୁଇ ମହଲା ବିଶିଷ୍ଟ କୋଠା ଠାବ କରାଯାଇଛି।

ଜୟପୁର ସହରରେ ଥିବା କୋଠାର ଆନୁମାନିକ ମୂଲ୍ୟ ୧.୫୫ କୋଟି ଟଙ୍କା ଆକଳନ କରାଯାଇଛି। ଏହା ବ୍ୟତୀତ ୧୮ଟି ପ୍ଲକ, ୮୫୪ ଗ୍ରାମର ସୁନା, ୧୮ ଶହ ଗ୍ରାମ ରୁପା ସହ ଏକ କୋଟି ଟଙ୍କାରୁ ଅଧିକ ଜମା ଠାବ କରିଛନ୍ତି ଭିଜିଲାନ୍ସ ଟିମ।

ବିଶ୍ଵନାଥ ପାତ୍ର ଜୟପୁର ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ ନିଯୁକ୍ତ ଥିବାବେଳେ ତାଙ୍କୁ ଜୟପୁର ପୌରପାଳିକାର ନିର୍ବାହୀ ଯନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ଵ ଦିଆଯାଇଥିଲା।

ଦୀର୍ଘ ଦିନରୁ ଯାନ୍ତ୍ରୀଙ୍କ ବିରୋଧରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ନେଇ ଅଭିଯୋଗ ହୋଇଆସୁଥିଲା। ଅଭିଯୋଗ ଆଧାରରେ ମଙ୍ଗଳବାର ଦିନ ଭିଜିଲାନ୍ସ ବିଭାଗ ପକ୍ଷରୁ ଏହି ଚଢ଼ଉ କରାଯାଇଥିଲା। ଚଢ଼ଉରେ ଜଣେ ଅତିରିକ୍ତ ଏସପି, ଦୁଇଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର, ୬ ଜଣ ଏଏସଆଇ ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।

Tags: #Vigilance #VigilanceRaid #JeyporeBlockAssistanceExecutiveEngineer #BiswonathPatra #Jeypore #Koraput

LEAVE A REPLY

Please enter your comment!
Please enter your name here