ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟର ଗ୍ରନ୍ଥାଗାର ଓ ସୂଚନା ବିଜ୍ଞାନ ବିଭାଗ ଦ୍ଵାରା ‘ଗ୍ରନ୍ଥାଗାରକୁ ସୁସଜ୍ଜିତ କରିବାର ପ୍ରଶିକ୍ଷଣ ଓ ଏହାର ବ୍ୟବହାର’ ପ୍ରସଙ୍ଗକୁ ନେଇ ବାଲେଶ୍ଵର ଜିଲ୍ଲା ମିତ୍ରପୁରସ୍ଥିତ ଚାଚାଜୀ ଉଚ୍ଚ ବିଦ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ଏହି ବୈଠକ ଆୟୋଜନ କରାଯାଇଛି। ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୈଠକର ଆଭିମୁଖ୍ୟ ସମ୍ପର୍କରେ ବର୍ଣ୍ଣନା କରିଥିଲେ।

ଗ୍ରନ୍ଥାଗାର ଓ ସୂଚନା ବିଜ୍ଞାନ ବିଭାଗର ସଂଯୋଜକ ଡକ୍ଟର ଜଗନ୍ନାଥ ବେହେରା ସ୍ଵାଗତ ଅଭିଭାଷଣ ଦେବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ।

ବିଭାଗର ସହକାରୀ ପ୍ରଫେସର ତଥା ଏହି ସଚେତନତାର କାର୍ଯ୍ୟକ୍ରମର ସଂଯୋଜକ ଡକ୍ଟର ମନୋଜ କୁମାର ଆଚାର୍ଯ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ବିଭାଗର ସହକାରୀ ପ୍ରଫେସର ଚିନ୍ମୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Tags: #LibraryOrganisingAndUse #OutreachProgramme #FakirmohanUniversity #Balasore

LEAVE A REPLY

Please enter your comment!
Please enter your name here