ଓଡ଼ିଶାଲାଇଭ୍ ବ୍ୟୁରୋ
ବାଂଲାଦେଶରେ ଅଳ୍ପସଂଖ୍ୟକ ହିନ୍ଦୁଙ୍କ ବିରୋଧରେ ବଢୁଥିବା ଅତ୍ୟାଚାର ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏଠାରେ ଭାରତୀୟ ଶାଢ଼ି ଜଳାଇ ଭାରତ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବାଂଲାଦେଶ ନାସନାଲ ପାର୍ଟିର (ବିଏନପି) ସଂଯୁକ୍ତ ମହାସଚିବ ରୁହଲ କବୀର ରିଜଭୀ ଏହାର ନେତୃତ୍ଵ ନେଇଛନ୍ତି। ଦେଶର ଲୋକଙ୍କୁ ଭାରତୀୟ ସାମଗ୍ରୀକୁ ବର୍ଜନ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି।
ଭାରତର ଅଗରତାଲାରେ ଥିବା ବାଂଲାଦେଶର ସହକାରୀ ଉଚ୍ଚାୟୁକ୍ତଙ୍କ ଗାଡ଼ି ଭଙ୍ଗାରୁଜା କରିବା ଏବଂ ବଂଲାଦେଶ ପତାକାର ଅପମାନ ଘଟଣାକୁ ନିନ୍ଦା କରି ଏହି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ରୁହଲ କବୀର ରିଜଭୀ। ଏହି ସମୟରେ ସେ ନିଜ ପତ୍ନୀଙ୍କ ଭାରତୀୟ ଶାଢ଼ି ଜଳାଇ ଥିଲେ।
ଭାରତ ବଂଲାଦେଶର ସାର୍ବଭୌମତ୍ୱକୁ ଦୁର୍ବଳ କରିଦେଉଛି ବୋଲି ରୁହଲ କବୀର ରିଜଭୀ ଅଭିଯୋଗ କରିଛନ୍ତି। ଦେଶରେ ଭାରତୀୟ ସାମଗ୍ରୀର ବ୍ୟବହାର ବନ୍ଦ କରିବାକୁ ସେ ଦାବି କରିଛନ୍ତି।
ବିରୋଧ ପ୍ରଦର୍ଶନ ସମୟରେ ରିଜଭୀ ଭାରତୀୟ ନେତା ଓ ମିଡିଆକୁ ଟାର୍ଗେଟ କରି ଭୁଲ ଖବର ପ୍ରଚାର କରୁଥିବା ଅଭିଯୋଗ ଆଣିଥିଲେ। ଏହା ଦ୍ୱାରା ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କ ଉପରେ ଏହାର କୁପ୍ରଭାବ ପଡୁଛି ବୋଲି ସେ କହିଥିଲେ।
Tags: #Bangladesh #Protest #HinduCommunity #Violence