ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଡିସେମ୍ବର ୨୮ ତାରିଖରେ ଓଡ଼ିଶା ଆସି ଦୁଇ ଦିନ ରହିବେ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।

ଅମିତ ଶାହ ପ୍ରଥମେ ଭୁବନେଶ୍ୱରରେ ଆସି ବିଜେପିର ନୂଆ ବିଧାୟକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବେ। ଏଠାରେ ସେ ବିଧାୟକମାନଙ୍କୁ ଜନ ପ୍ରତିନିଧି ଭାବେ ଭଲ କାର୍ଯ୍ୟ କରିବାକୁ ଉଦବୋଧନ ଦେବେ।

ଏହାପରେ ଅମିତ ଶାହ ଭୁବନେଶ୍ଵରରୁ ସମ୍ବଲପୁର ଯିବେ। ସେଠାରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହାପରେ ସେ ଦିଲ୍ଲୀ ଫେରିଯିବେ।

ତେବେ ଅମିତ ଶାହଙ୍କ ଓଡ଼ିଶା ଗସ୍ତକୁ ନେଇ ଏବେ ଚୂଡ଼ାନ୍ତ ସୂଚନା ଆଗକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଦିଆଯିବ।        

Tags: #AmitShah #HomeMinister #OdishaVisit #BJP #Odisha

Comment