ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ଵର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ତମ ଜୟନ୍ତୀ ପାଳନ ଅବସରରେ ବାଲେଶ୍ଵର ଜିଲ୍ଲା ପ୍ରଶାସନ ପକ୍ଷରୁ ସୁଶାସନ ଦିବସ ପାଳନ କରାଯାଇଛି। ଏହି ଅବସରରେ ଗାନ୍ଧୀ ସ୍ମୃତି ଭବନ ପ୍ରେକ୍ଷାଳୟଠାରେ ଏକ ଦେଶାତ୍ମବୋଧକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବି ବିମଳ ଜେନାଙ୍କ ପୌରୋହିତ୍ୟରେ ଆୟୋଜିତ କବିତା ପାଠୋତ୍ସବରେ ବାଲେଶ୍ଵର ଜିଲ୍ଲାର ନିମନ୍ତ୍ରିତ କବିମାନେ ସେମାନଙ୍କ ସ୍ଵରଚିତ ଦେଶାତ୍ମବୋଧକ କବିତା ପାଠ କରିଥିଲେ।

ପ୍ରାକ୍ତନ ପ୍ରାଧ୍ୟାପକ ଓ କବି ହରିଶ୍ଚନ୍ଦ୍ର ବେହେରା ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। କବିତା ପାଠକୁ ସଞ୍ଚାଳନା କରିଥିଲେ ଅଧ୍ୟାପକ ଦିଲ୍ଲୀପ ରଥ। ଏଥିରେ ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଐଶ୍ୱର୍ଯ୍ୟା ସାମନ୍ତ ଉଦବୋଧନ ଦେବା ସହ ନିମନ୍ତ୍ରିତ କବିମାନଙ୍କୁ ସ୍ଵାଗତ କରିଥିଲେ।

କବିତା ପାଠୋତ୍ସବରେ ନିମନ୍ତ୍ରିତ କବି ଭାବରେ ଯଶୋଧାରା ଦାସ, ସୈରିନ୍ଧ୍ରୀ ସାହୁ, ବିମଳ ଜେନା, ଶ୍ରୀଦେବ, କୃଷ୍ଣ କୁମାର ମହାନ୍ତି, ରଞ୍ଜନ ବାଗ, ସିତାଂଶୁ ଲେଙ୍କା, ପ୍ରୀତିଲେଖା ଦାସ, ଜୟନ୍ତୀ ବିଶ୍ଵାଳ ବେହୁରିଆ ଏବଂ ହରିଶ୍ଚନ୍ଦ୍ର ବେହେରା କବିତା ପାଠ କରିଥିଲେ।

Tags: #SushasanDivas #AtalBihariVajpayee #FormerPrimeMinisterofIndia #PatrioticPoetryPragramme #Balasore

LEAVE A REPLY

Please enter your comment!
Please enter your name here