ଓଡ଼ିଶାଲାଇଭ୍ ବ୍ୟୁରୋ  

(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ) ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ତୃତୀୟ ଶ୍ରାଦ୍ଧ ଦିବସ। ଏହି ଅବସରରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏଥିଲାଗି ବିଜୟୱାଡ଼ାସ୍ଥିତ ରାଜଭବନରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ ହୋଇଥିଲା।

“ଦେଶର ପ୍ରଗତିରେ ସ୍ଵର୍ଗତ ଅଟଳ ବିହାରୀ ବାଜପେୟୀଙ୍କର ବିଶେଷ ଅବଦାନ ରହିଛି। ତାଙ୍କ ପରି ଜଣେ ମହାନ୍ ଜନନାୟକ ଭାରତୀୟ ରାଜନୀତିକୁ ଏକ ସ୍ଵତନ୍ତ୍ର ସ୍ଥାନ ଦେଇଥିଲେ”, କହିଛନ୍ତି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ଵ ଭୂଷଣ ହରିଚନ୍ଦନ।ଆଜିର ଏହି ଶ୍ରଦ୍ଧାଞ୍ଜଳି ସଭାରେ ଆନ୍ଧ୍ରପ୍ରଦେଶର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ସ୍ଵର୍ଗତ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

Comment