ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ମହାକାଶରେ ଜୈବିକ ପରୀକ୍ଷଣ କରିବାକୁ ଯାଉଛି। ପ୍ରଥମ ଥର ପାଇଁ ସ୍ୱଦେଶୀ ରକେଟ ପିଏସ୍ଏଲଭି ବ୍ୟବହାର କରି ଜୀବନ୍ତ ଜୈବିକ ପଦାର୍ଥ ମହାକାଶକୁ ଉତକ୍ଷେପଣ କରାଯିବ। ଡିସେମ୍ବର ୩୦ ତାରିଖରେ ଏହି ମିଶନ ଲଞ୍ଚ ହେବାକୁ ଯାଉଛି।
ପିଏସଏଲଭି ଅର୍ବିଟାଲ ଏକ୍ସପେରିମେଣ୍ଟାଲ ମଡ୍ୟୁଲ-୪ରେ ଜୀବନ୍ତ କୋଷକୁ ନେଇ ତିନିଟି ପରୀକ୍ଷଣ କରାଯିବ। ଏଥିରେ ପାଳଙ୍ଗ ଏବଂ କାଉପିଆରୁ ଉଦ୍ଭିଦ କୋଷ ସହିତ ଅନ୍ତନଳୀ ବ୍ୟାକ୍ଟେରିଆ ମଧ୍ୟ ଅନ୍ତର୍ଭୁକ୍ତ ରହିଛି। ମହାକାଶର ପ୍ରତିକୂଳ ଜିରୋ ଗ୍ରାଭିଟିରେ ଜୀବଜଗତ କିପରି ବଞ୍ଚିଥାଏ ଏବଂ ଏହା କିପରି କାର୍ଯ୍ୟ କରେ ତାହା ପରୀକ୍ଷା କରିବା ଏହି ଅଭିଯାନର ଉଦ୍ଦେଶ୍ୟ।
ଇସ୍ରୋ ଅଧ୍ୟକ୍ଷ ଡକ୍ଟର ଏସ୍ ସୋମନାଥ ଏହି ପଦକ୍ଷେପକୁ ଆଷ୍ଟ୍ରୋବାୟୋଲୋଜି ଗବେଷଣା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବର୍ଣ୍ଣନା କରିଛନ୍ତି। ଇସ୍ରୋ ପାଇଁ ଏହା ପ୍ରଥମ ଏବଂ ଏହା ଭାରତୀୟ ଜୀବ ବିଜ୍ଞାନୀମାନଙ୍କ ପାଇଁ ମହାକାଶରେ ଜୀବନ କିପରି ବଞ୍ଚିଥାଏ ତାହା ଅନୁସନ୍ଧାନ କରିବାର ନୂତନ ସୁଯୋଗ ଆଣିବ ବୋଲି ସେ କହିଛନ୍ତି।
ଏହି ଅଭିଯାନ ମୁଖ୍ୟତଃ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ (ସ୍ପାଡେକ୍ସ) ଉପରେ କେନ୍ଦ୍ରୀଭୂତ। ଏଥିରେ ଇସ୍ରୋ ମହାକାଶରେ ଦୁଇଟି ଉପଗ୍ରହର ଡକିଂ ଏବଂ ଅନକକିଂ ପ୍ରଦର୍ଶନ କରିବ। ଏଥିସହିତ ପିଏସଏଲଭିର ଚତୁର୍ଥ ପର୍ଯ୍ୟାୟରେ ଜୈବିକ ପରୀକ୍ଷଣ ସମେତ ୨୪ଟି ପେଲୋଡ୍ ପରୀକ୍ଷା କରାଯିବ।
ପରୀକ୍ଷଣ
ମୁମ୍ବାଇର ଆମିଟି ୟୁନିଭର୍ସିଟିର ବୈଜ୍ଞାନିକମାନେ ଡକ୍ଟର ଏଡବ୍ଲ୍ୟୁ ସନ୍ତୋଷ କୁମାରଙ୍କ ନେତୃତ୍ୱରେ ମାଇକ୍ରୋ ଗ୍ରାଭିଟିରେ ପାଳଙ୍ଗ କୋଷ କିପରି କାର୍ଯ୍ୟ କରିଥାଏ ତାହା ଅଧ୍ୟୟନ କରିବେ। ସ୍ପିନେସିଆ ଓଲେରେସିଆର ଟିସୁକୁ ବ୍ୟବହାର କରି ମହାକାଶ ଅଭିଯାନ ସମୟରେ ଖାଦ୍ୟ ଏବଂ ପୋଷଣ ସମ୍ଭାବନା ଅନୁସନ୍ଧାନ କରିବା ଏହି ପରୀକ୍ଷଣର ଉଦ୍ଦେଶ୍ୟ।
ବେଙ୍ଗାଳୁରୁର ଆରଭି କଲେଜ ଅଫ୍ ଇଞ୍ଜିନିୟରିଂର ସ୍ନାତକୋତ୍ତର ଛାତ୍ରଛାତ୍ରୀମାନେ ଭାରତର ପ୍ରଥମ ମାଇକ୍ରୋ ବାୟୋଲୋଜିକାଲ ପେଲୋଡ୍ ଆର୍ଭିସାଟ୍ -୧ ବିକଶିତ କରିଛନ୍ତି। ମହାକାଶରେ ଜୀବାଣୁ ବୃଦ୍ଧି ଏବଂ ଜିନ୍ ନିୟନ୍ତ୍ରଣକୁ ବୁଝିବା ପାଇଁ ଏହି ପରୀକ୍ଷଣ ଅନ୍ତନଳୀ ଜୀବାଣୁ ବ୍ୟାକ୍ଟେରୋଇଡସ ଥେଟାଓମିକ୍ରୋନ ଉପରେ ଅଧ୍ୟୟନ କରିବ।
ଇସ୍ରୋର ବିକ୍ରମ ସାରାଭାଇ ମହାକାଶ କେନ୍ଦ୍ର (ଭିଏସ୍ଏସସି) କମ୍ପ୍ୟାକ୍ଟ ରିସର୍ଚ୍ଚ ମଡ୍ୟୁଲ୍ ଫର୍ ଅର୍ବିଟାଲ୍ ପ୍ଲାଣ୍ଟ ଷ୍ଟଡିଜ୍ (ଏଫ୍ଏପିଏସ୍ ସି)କୁ କାଉପିଆ ମଞ୍ଜି ଓ ପତ୍ର ଅଧ୍ୟୟନ ପାଇଁ ବ୍ୟବହାର କରିବ। ମାଇକ୍ରୋ ଗ୍ରାଭିଟିରେ ଚାରା କିପରି ଅଙ୍କିତ ହୁଏ ଏବଂ ବଢିଥାଏ ତାହା ଅନୁଧ୍ୟାନ କରିବା ଏହି ପରୀକ୍ଷଣର ଉଦ୍ଦେଶ୍ୟ।
ଭବିଷ୍ୟତ ଦିଗରେ ଏକ ପଦକ୍ଷେପ
ଇସ୍ରୋ ଡକ୍ଟର ସୋମନାଥ ଏହି ପରୀକ୍ଷଣର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଛନ୍ତି। ୨୦୩୫ ସୁଦ୍ଧା ଯୋଜନା କରାଯାଇଥିବା ଭାରତୀୟ ସ୍ପେସ ଷ୍ଟେସନରେ ବଡ଼ ଜୈବିକ ଅଧ୍ୟୟନ କରାଯାଇ ପାରିବ ବୋଲି ସେ କହିଛନ୍ତି।
ଏହି ପଦକ୍ଷେପ ଇସ୍ରୋ ଏବଂ ବାହ୍ୟ ଗବେଷକଙ୍କ ମଧ୍ୟରେ ସହଯୋଗକୁ ପ୍ରୋତ୍ସାହିତ କରିବା ସହ, ନୂତନ ଉଦ୍ଭାବନକୁ ମଧ୍ୟ ପ୍ରୋତ୍ସାହିତ କରିବ। ଷ୍ଟାର୍ଟଅପ୍ ଏବଂ ଶିକ୍ଷାବିତ୍ ମାନଙ୍କ ସମର୍ଥନ କରିବା ଦ୍ୱାରା ଭାରତର ବୈଜ୍ଞାନିକ ସମୁଦାୟ ମହାକାଶ ଗବେଷଣା ସହିତ ଜଡ଼ିତ ହୋଇପାରିବେ, ଯାହା ଭବିଷ୍ୟତର ଅଗ୍ରଗତି ପାଇଁ ପଥ ପ୍ରଶସ୍ତ କରିବ।
ଏହି ମିଶନ ମହାକାଶରେ ଜୀବନକୁ ବୁଝିବା ଦିଗରେ ଭାରତର ଯାତ୍ରାରେ ଏକ ଛୋଟ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଯାହା ଦେଶକୁ ଏହାର ମହତ୍ୱାକାଂକ୍ଷୀ ଗଗନଯାନ ଅଭିଯାନ ଏବଂ ଏହା ବାହାରେ ଅନ୍ୟ ଗବେଷଣା ପ୍ରତି ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି।
Tags: #SpaceBiologicalExperiment #POEM4 #PSLV #ISRO #India