ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ଜିଲ୍ଲା ଓଡ଼େଶା ସଭାଗୃହରେ କବି ଡକ୍ଟର ବଂଶୀଧର ଚୌଧୁରୀଙ୍କ ନବମ କବିତା ସଙ୍କଳନ ‘ଚିତ୍ରାଙ୍କନ’ ଉନ୍ମୋଚିତ ହୋଇଛି।

ବିଶିଷ୍ଟ ଆଲୋଚକ ଓ ପ୍ରାବନ୍ଧିକ ଡକ୍ଟର ରାଧାରଞ୍ଜନ ପଟ୍ଟନାୟକଙ୍କ ପୌରୋହିତ୍ୟିରେ ଏକ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଥିଲା। ଏଥିରେ ଏଥିରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ଡକ୍ଟର ରାଖାଲ ଚନ୍ଦ୍ର ଘଡ଼େଇ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ‘ସମାଜ’ ଉତ୍ତର ଓଡ଼ିଶା ସଂସ୍କରଣର ସମ୍ବାଦ ମୁଖ୍ୟ ତଥା ସ୍ତମ୍ଭକାର କୁଳମଣି ବାରିକ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଡକ୍ଟର ସନ୍ତୋଷ କୁମାର ନାୟକ, କୃଷି ବୈଜ୍ଞାନିକ ଡକ୍ଟର କେଶବ ଚନ୍ଦ୍ର ପଣ୍ଡା, ପ୍ରକାଶକ ତଥା କବି ଡକ୍ଟର କାଳୀପଦ ପଣ୍ଡା, କବି ଡକ୍ଟର ବଂଶୀଧର ଚୌଧୁରୀ ପ୍ରମୁଖ ମଞ୍ଚାସୀନ ଥିଲେ।

ନାଟ୍ୟକାର ଆଶିଷ କୁମାର ଚକ୍ରବର୍ତ୍ତୀ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ। କୃଷି ବୈଜ୍ଞାନିକ ଡକ୍ଟର କେଶବ ଚନ୍ଦ୍ର ପଣ୍ଡା ବେଦ ପାଠ କରିବା ପରେ ‘ଚିତ୍ରାଙ୍କନ’ କବିତା ସଙ୍କଳନକୁ ଅତିଥିମାନେ ଉନ୍ମୋଚନ କରିଥିଲେ।

କବି ଡ. ବଂଶୀଧର ଚୌଧୁରୀ ଲେଖକୀୟ ବକ୍ତବ୍ୟରେ ନିଜ ଅନୁଭବର ଭାଵକଳ୍ପକୁ ବଖାଣି ଥିଲେ । ସୁବର୍ଣ୍ଣଶ୍ରୀ ପ୍ରକାଶିନୀର ମୁଖ୍ୟ ପରିଚାଳକ କବି କାଳୀପଦ ପଣ୍ଡା ପ୍ରକାଶକୀୟ ମନ୍ତବ୍ୟ ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମରେ ବାଲେଶ୍ଵର ଜିଲ୍ଲାର ବହୁ ସାହିତ୍ୟିକ, ସାହିତ୍ୟ ଅନୁରାଗୀ, ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ଶେଷରେ କବି ଡାକ୍ତର ଅଭିମନ୍ୟୁ କାନୁନଗୋ ଧନ୍ୟବାଦ ଅର୍ପଣ କରିଥିଲେ।

Tags: #PoetryBook #Chitrankana #InaugurationCeremony #Balsore

LEAVE A REPLY

Please enter your comment!
Please enter your name here