ଓଡ଼ିଶାଲାଇଭ୍ ବ୍ୟୁରୋ

ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ାର ବେଦାନ୍ତ ମିଡୋଜ୍ ସ୍ଥିତ ନିଜର ଟାଉନସିପରେ ନବନିର୍ମିତ ଶ୍ରୀ ଜଗନ୍ନାଥ ମନ୍ଦିରର ଉଦଘାଟନ ଓ ଅଭିଷେକ ଉତ୍ସବ ପାଳନ କରାଯାଇଛି। ଏହି ସମାରୋହରେ ଓଡ଼ିଶା ଶିଳ୍ପ ତଥା ଶକ୍ତି ବିଭାଗ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଯୋଗ ଦେଇଥିଲେ।

ଏହି ମନ୍ଦିରକୁ ପୁରୀ ସ୍ଥିତ ଶ୍ରୀମନ୍ଦିରର ବାସ୍ତୁଶାସ୍ତ୍ର ଅନୁସାରେ ନିର୍ମାଣ କରାଯାଇଛି। ୧୯ ହଜାର ୫୦୦ ବର୍ଗଫୁଟ ପରିମୀତ ଅଞ୍ଚଳରେ ଏହି ଜଗନ୍ନାଥ ମନ୍ଦିର ପରିବ୍ୟାପ୍ତ। ଏହି ମନ୍ଦିରରେ ୯ ହଜାର ୫୦୦ ବର୍ଗଫୁଟର ମେଘାନାଦ ପାଚେରୀ ସହ ଅନେକ ସ୍ତାପତ୍ୟ କଳା ଦେଖିବାକୁ ମିଳିବ।

ଏହି ମନ୍ଦିର ଭିତରେ ରହିଛି ନାଟମଣ୍ଡପ, ଜଗମୋହନ, ରେଖା ମନ୍ଦିର, ମା’ ଲକ୍ଷ୍ମୀ ମନ୍ଦିର ଓ ମା’ ବିମଳା ମନ୍ଦିର ଏବଂ ଅରୁଣ ଓ ଗରୁଡ଼ ସ୍ତମ୍ଭ। ଏହାସହ ମନ୍ଦିର ପରିସରରେ ପ୍ରଭୁ ଲୋକନାଥ, ପ୍ରଭୁ ହନୁମାନ, ପ୍ରଭୁ ଗଣେଶଙ୍କ ମନ୍ଦିର ସ୍ଥାପନ କରାଯାଇଛି।

“ଏହି ସ୍ଥାନରେ ବର୍ଷକ ପୂର୍ବରୁ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା ହୋଇଥିଲା ଏବଂ ଏବେ ଆମେ ପୂଜାର୍ଚ୍ଚନାର ଏକ ସୁନ୍ଦର କୀର୍ତ୍ତିକୁ ଦେଖୁଛୁ।  ଏହି ମନ୍ଦିରକୁ ପୁରୀ ଶ୍ରୀମନ୍ଦିରର ପବିତ୍ର ପରମ୍ପରା ଅନୁସାରେ ଯତ୍ନର ସହ ନିର୍ମାଣ କରାଯାଇଛି। ଏହି ନୂଆ ମନ୍ଦିର ସମଗ୍ର ଲୋକଙ୍କ ପାଇଁ ପୂଜାର୍ଚ୍ଚନା ଓ ସଦଭାବର ଏକ ପ୍ରମୁଖ ସ୍ଥଳ ପାଲଟିବ”, କହିଛନ୍ତି ବେଦାନ୍ତ ଆଲୁମିନିୟମର ସିଇଓ ସୁନିଲ ଗୁପ୍ତା।

ଏହି ଜଗନ୍ନାଥ ମନ୍ଦିରର ଉଦଘଟନୀ ସମାରୋହରେ ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ, ଭଞ୍ଜନଗର ବିଧାୟିକା ଅଳକା ମହାନ୍ତି ଯୋଗ ଦେଇଥିଲେ। ଏହାସହ ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ାର ଅନେକ ଅଧିକାରୀ ଓ କର୍ମଚାରୀ ଏବଂ ସେମାନଙ୍କ ପରିବାର ଲୋକେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Tags: #VedantaAluminium #SriJagannathTemple #InaugurationCeremony #Jharsuguda

Comment