ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିଠାରୁ ଆରମ୍ଭ ହେଉଛି ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ୧୧ ଦିନ ଧରି ଚାଲିବ ମହାରାଜା କଂସଙ୍କ ରାଜୁତି।

ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ସମ୍ପର୍କରେ ସମସ୍ତ ତଥ୍ୟ ଜାଣିବା ପାଇଁ ଏକ ୱେବସାଇଟ ଲୋକାର୍ପିତ କରାଯାଇଛି। ଧନୁଯାତ୍ରା ସମ୍ପର୍କରେ ସମସ୍ତ ତଥ୍ୟ ଏଣିକି ଗୋଟିଏ ୱେବସାଇଟରୁ ମିଳିପାରିବ। ୭୭ତମ ଧନୁଯାତ୍ରା ଅବସରରେ ବରଗଡ଼ ଧନୁଯାତ୍ରା ମହୋତ୍ସବ ସମିତି ପକ୍ଷରୁ ସ୍ୱତନ୍ତ୍ର www.bargarhdhanuyatra.in ୱେବସାଇଟର ଶୁଭାରମ୍ଭ କରାଯାଇଛି। ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଶୁକ୍ରବାର ଦିନ ଏହାର ଲୋକାର୍ପଣ କରିଛନ୍ତି।

ଏହି ସ୍ୱତନ୍ତ୍ର ୱେବସାଇଟରେ ୨୦୨୫ ଧନୁଯାତ୍ରା ମହୋତ୍ସବର ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ବିଷୟରେ ଉଲ୍ଲେଖ ରହିଛି। ଦର୍ଶକ ଏବଂ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଧନୁଯାତ୍ରାର ବିଭିନ୍ନ ମଞ୍ଚ ଯେପରିକି, ରାଜଦରବାର, ରଙ୍ଗମହଲ, ଗୋପପୁର ଆଦି ସମ୍ପର୍କରେ ସୂଚନା ଦିଆଯାଇଛି।

ଏହାଛଡ଼ା ବରଗଡ଼ ଧନୁଯାତ୍ରାର ସଂକ୍ଷିପ୍ତ ଇତିହାସ ସହ ବିଭିନ୍ନ ସମୟରେ ପ୍ରମୁଖ ଚରିତ୍ରରେ ଅଭିନୟ କରିଥିବା କଳାକାରଙ୍କ ସମ୍ପର୍କରେ ତଥ୍ୟ ଓ ଫଟୋ ଏଥିରେ ଉପଲବ୍ଧ ରହିଛି। ବରଗଡ଼ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ବାବଦରେ ମଧ୍ୟ ଏହି ୱେବସାଇଟରୁ ସୂଚନା ମିଳିପାରିବ।

ୱେବସାଇଟର ଲୋକାର୍ପଣ ଅବସରରେ ବରଗଡ଼ ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ଵର ଶତପଥୀ ଓ ବରଗଡ଼ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରହ୍ଲାଦ ଖୋସଲା ପ୍ରମୁଖ ଯୋଗ ଦେଇଥିଲେ।

Tags: #BargarhDhanuJatra #SpecialWebsite #OdishaGovt #KansaMaharaj #Bargarh

LEAVE A REPLY

Please enter your comment!
Please enter your name here