ଓଡ଼ିଶାଲାଇଭ୍ ବ୍ୟୁରୋ
ଆରମ୍ଭ ହୋଇଛି ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଧନୁଯାତ୍ରା ମହୋତ୍ସବ ସମୟରେ ବରଗଡ଼ ପୋଲିସ ପକ୍ଷରୁ ପାଇଁ ଜାରି ହୋଇଛି ଟ୍ରାଫିକ୍ ନିୟମାବଳୀ।
ବରଗଡ଼ ପ୍ରାଇଭେଟ ବସଷ୍ଟାଣ୍ଡରୁ ବରପାଲି-ବଲାଙ୍ଗିର, ସୋହେଲା-ପଦମପୁର, ସରେଇପାଲି ଅଭିମୁଖେ ଯାଉଥିବା ବସଗୁଡ଼ିକ ଦିନ ୦୨ଟାରୁ ରାତି ୧୧ଟା ୩୦ ମଧ୍ୟରେ ବରଗଡ଼ ଗାନ୍ଧୀଛକରୁ ୟୁ-ଟର୍ଣ୍ଣ କରି ବିକାଶ ହସ୍ପିଟାଲ ଛକ ଦେଇ ବାଇପାସ୍ ରାସ୍ତାରେ ଯିବେ। ଏହି ସମୟ ମଧ୍ୟରେ ଯାତ୍ରୀମାନଙ୍କୁ ଘୁଲିପାଲି ଛକ କିମ୍ବା ହଳଦୀପାଲି ଛକରେ ବସ ପାଇଁ ଅପେକ୍ଷା କରିବାକୁ ପଡ଼ିବ।
ସେହିପରି ବରପାଲି କିମ୍ବା ସୋହେଲା ପଟୁ ସହରକୁ ଆସୁଥିବା ଗାଡ଼ିଗୁଡ଼ିକ ଦିନ ୨ଟାରୁ ରାତି ୧୧ଟା ୩୦ ମଧ୍ୟରେ ବାଇପାସ୍ ରାସ୍ତାରେ ବିକାଶ ହସ୍ପିଟାଲ ଛକ ଦେଇ ସହର ଭିତରକୁ ପ୍ରବେଶ କରିବେ।
ଭଟଲି-ଅମ୍ବାଭୋନା ଆଡ଼କୁ ଯାଉଥିବା ବସ ଓ ଅନ୍ୟାନ୍ୟ ଗାଡ଼ିଗୁଡ଼ିକ ଦିନ ୨ଟାରୁ ରାତି ୧୧ଟା ୩୦ ମଧ୍ୟରେ ଗାନ୍ଧୀଛକରୁ ବିକାଶ ହସ୍ପିଟାଲ ଛକ ଦେଇ ବାଇପାସ୍ ରାସ୍ତାରେ ହଳଦୀପାଲି ଛକରୁ ଭଟଲି ଛକ ଦେଇଯିବେ। ଏହି ସମୟରେ ଯାତ୍ରୀମାନେ ଭଟଲି ଛକଠାରେ ବସକୁ ଅପେକ୍ଷା କରିବାକୁ ବରଗଡ଼ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି।
ସେହିପରି ଭଟଲି-ଅମ୍ବାଭୋନା ଆଡ଼ୁ ସହର ଭିତରକୁ ଆସୁଥିବା ଗାଡ଼ିଗୁଡ଼ିକ ଦିନ ୨ଟାରୁ ରାତି ୧୧ଟା ୩୦ଟି ମଧ୍ୟରେ ଭଟଲି ଛକରୁ ହଳଦୀପାଲି ଛକ ଦେଇ ବାଇପାସ ରାସ୍ତାରେ ଯାଇ ବିକାଶ ହସ୍ପିଟାଲ ଛକ ଦେଇ ସହର ଭିତରକୁ ପ୍ରବେଶ କରିବେ।
ଭେଡ଼େନ ପଟୁ ସହର ଭିତରକୁ ଆସୁଥୁବା ଚାରି ଚକିଆ ଗାଡ଼ିଗୁଡ଼ିକ ଦିନ ୦୨ଟାରୁ ରାତି ୧୧ଟା ୩୦ ମଧ୍ୟରେ ପୁରୁଣା ପ୍ରାଇଭେଟ ବସଷ୍ଟାଣ୍ଡ କିମ୍ବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟ ପାର୍କିଂ ସ୍ଥଳରେ ଗାଡ଼ି ପାର୍କିଂ କରିବାକୁ କୁହାଯାଇଛି।
ହଳଦୀପାଲି ଛକ କିମ୍ବା ଭଟଲି ପଟୁ ସହର ମଧ୍ୟକୁ ଆସୁଥିବା ଚାରିଚକିଆ ଗାଡ଼ଗୁଡ଼ିକ ପାଇଁ ମୋଦୀ ପଡ଼ିଆରେ ପାର୍କି ବ୍ୟବସ୍ଥା କରାଯାଇଛି।
ବରପାଲି ପଟୁ ଆସୁଥିବା ଦୁଇ ଚକିଆ ଯାନଗୁଡ଼ିକୁ ନୂତନ ଜୀରା (ଅମ୍ବାପାଲି ପାଖ) ପୋଲ ନିକଟରେ ଥିବା ପାର୍କିଂ ସ୍ଥାନରେ ଗାଡ଼ି ପାର୍କ କରିବେ।
ବାନ୍ଦୁଟିକ୍ରା ଛକ ନିକଟ ପାର୍କିଂରେ କେବଳ ବାଇକ୍ ପାର୍କିଂ ପାଇଁ ବ୍ୟବସ୍ଥା ହୋଇଛି। ମୋଦର ପଡ଼ିଆ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟ ପାର୍କିଂ ଏବଂ ପୁରୁଣା ପ୍ରାଇଭେଟ ବସଷ୍ଟାଣ୍ଡଠାରେ କାର ପାର୍କିଂ ପାଇଁ ବ୍ୟବସ୍ଥା କରାଯାଇଛି।
ଦିନ ୧ଟାରୁ ରାତି ୧୧ଟା ୩୦ ମଧ୍ୟରେ ସରକାରୀ ବସଷ୍ଟାଣ୍ଡ ସମ୍ମୁଖ, ଫୁଡକୋର୍ଟ ସାମ୍ନା ଏବଂ ଗଉରପରା ଛକଠାରୁ ଲେଙ୍ଗୁ ମିଶ୍ରଛକ ପର୍ଯ୍ୟନ୍ତ ରାସ୍ତା ମଝିରେ ପାର୍କିଂ ସ୍ଥାନରେ କୌଣସି ପ୍ରକାର ଯାନ ବାହାନ ପାର୍କିଂ କରାଯାଇପାରିବ ନାହିଁ।
Tags: #BargarhDhanuJatra #TrafficGuidelines #OdishaGovt #Bargarh